Sunday , May 28 2023
Breaking News
Home / ବିଶେଷ / ଗରଦପୁର ଅଂଚଳରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଗରଦପୁର ଅଂଚଳରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ଗରଦପୁର,୦୯/୧୦/୨୦୨୨(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ପୂଜା ମଣ୍ଡପରେ ମା ଲକ୍ଷ୍ମୀ ଙ୍କର ଗଜାନନ ବେଶରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଛି । ଜଗଦଳପୁର ଗ୍ରାମରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜଲକ୍ଷ୍ମୀ ପୂଜା ମହା ସମାରୋହରେ ପାଳିତ ହେଉଛି । ପୂଜା ମଣ୍ଡପରେ ମା ଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ କରାଯାଇଛି । ଆଜି ମା ଙ୍କର ପ୍ରଥମ ପୂଜା ଦିନରେ ମା ଙ୍କ ମୃଣ୍ମୟୀ ମୂର୍ତିରେ ଚକ୍ଷୁ ଦାନ କରାଯାଇ ଧର୍ମୀୟ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହେଉଛି । ବ୍ରାହ୍ମଣ ପଣ୍ଡିତମାନେ ସୂର୍ଯ୍ୟପୂଜା, ଗୋ ପୂଜା, କଳସ ପୂଜା , ଭୂମୀ ପୂଜା ଆଦି କରିବା ସହିତ ଘୃତାହୂତି ହୋମ ଯଜ୍ଞ କରି ପୂଜାର୍ଚ୍ଚନା କରୁଛନ୍ତି । ସେହିପରି ପାଟକୁରା, ତିକନପୁର,ମଦନା,ବେଡ଼ାରୀ,ଅଣ୍ଡାଳ,ଆଳିଜଙ୍ଗା, ଜଇତଳଙ୍ଗ, ତେଣ୍ଡାକୁଡ଼ା ବାଙ୍କା ବଜାର, ଶଙ୍କରଭାଳ , ପୁନ୍ଦାଳ, କୋରୁଆ , ବଙ୍ଗାଳପୁର ଆଦି ବିଭିନ୍ନ ପୂଜା ମଣ୍ଡପରେ ଗଜଲ ଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ବିଭିନ୍ନ ଦିବସରେ ଆୟୋଜକ ମାନଙ୍କ ପକ୍ଷରୁ ବିଭିନ୍ନ ପୂଜା ମଣ୍ଡପରେ ମେଲୋଡ଼ି, ଡ଼୍ରାମା, ଭଜନ ସନ୍ଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି ।

Leave a Reply

Your email address will not be published.