ମାହାଙ୍ଗା,୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ମାହାଙ୍ଗା ଥାନା ଅନ୍ତର୍ଗତ କୁସୁପୁର ପଞ୍ଚାୟତ ବାଗସରପୁର ଗ୍ରାମର ରାଜକିଶୋର ସାହୁଙ୍କ ଝିଅ ମାମାଲି ସାହୁ (୬) ପଟ୍ଟାମୁଣ୍ଡାଇ କେନାଲ ପାଣିରେ ବୁଡ଼ି ନିଖୋଜ ହୋଇଥିବା ଜଣାଯାଇଛି। ଶନିବାର ସକାଳ ସମୟରେ ମାମାଲି ଘର ସମ୍ମୁଖରେ ଯାଇଥିବା କେନାଲ ରାସ୍ତାରେ ଖେଳୁଥିବା ସମୟରେ ଅସାବଧାନତା ହେତୁ କେନାଲରେ ପଡ଼ି ଯାଇଥିଲେ। କେନାଲରେ ଗାଧୋଉଥିବା ଦୁଇ ମହିଳା ଏହା ଦେଖି ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ କୁଆଁପାଳ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ସୁଦ୍ଧା ମାମାଲିର ସନ୍ଧାନ ମିଳି ନ ଥିଲା। ତହସିଲଦାର ଉମାକାନ୍ତ ବିଶ୍ୱାଳ ଏନ୍ ଡିଆର୍ ଏଫ୍ ଟିମ୍ କୁ ଖବର ଦେବାରୁ କଟକ ଏନ୍ ଡିଆର୍ ଏଫ୍ ଟିମ୍ ର ହାବିଲ୍ ଦାର ରଶ୍ମିରଞ୍ଜନ ସାହୁଙ୍କ ନେତୃତ୍ୱରେ ଏକ ୯ ଜଣିଆ ଟିମ୍ ସହାୟତାରେ ନିଖୋଜ ମାମାଲିକୁ ଖୋଜାଖୋଜି କରିଥିଲେ ସୁଦ୍ଧା ତା’ର ସନ୍ଧାନ ମିଳିନାହିଁ। ଏ ନେଇ ମାମାଲିର ବାପା ରାଜକିଶୋର ସାହୁ ଝିଅର ନିଖୋଜ ନେଇ ମାହାଙ୍ଗା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି।