କଟକ, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଦୁଇଟି ପେପରରେ ପରୀକ୍ଷାର୍ଥୀ ମାନେ ପରୀକ୍ଷା ଦେବେ। ପେପର-୧ ନିମନ୍ତେ ୧୫୦ ମାର୍କ ରହିଥିବାବେଳେ ପେପର-୨ରେ ୯୦ ମାର୍କ ରହିଛି। ପରୀକ୍ଷାର୍ଥୀ ମାନେ ଏହି ପେପରଗୁଡ଼ିକରେ ଥିବା ବିଷୟରେ ପରୀକ୍ଷା ଦେବା ବାଧ୍ୟତାମୂଳକ। ସେହିଭଳି ୬୦ ମାର୍କ ବିଶିଷ୍ଟ ଇଚ୍ଛାଧୀନ ପେପର ମଧ୍ୟ ରହିଛି। ପରୀକ୍ଷାର୍ଥୀ ମାନେ ଗଣିତ ଓ ବିଜ୍ଞାନ କିମ୍ବା ସୋସିଆଲ ଷ୍ଟଡିଜ୍ ବିଷୟରେ ପରୀକ୍ଷା ଦେଇପାରିବେ। ଏଥିରେ ବହୁ ବିକଳ୍ପ ପ୍ରଶ୍ନଉତ୍ତର (ଏମ୍ ସିକ୍ୟୁ୍ୟୁ) ପଦ୍ଧତିରେ ପ୍ରଶ୍ନପତ୍ର ରହିବ। ବୋର୍ଡ ୱେବ୍ ସାଇଟ୍ ରେ ସିଲାବସ୍ ଏବଂ ପଦ୍ଧତି ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଛି।