Wednesday , May 31 2023
Home / ନିର୍ବାଚନ / ଆଦିତ୍ୟ ପାଢ଼ୀ ସର୍ବ ଭାରତୀୟ ଏସ୍ଇସି ସ୍ଥାୟୀ କମିଟିର ସଭାପତି

ଆଦିତ୍ୟ ପାଢ଼ୀ ସର୍ବ ଭାରତୀୟ ଏସ୍ଇସି ସ୍ଥାୟୀ କମିଟିର ସଭାପତି

ଭୁବନେଶ୍ୱର, ୦୯ /୧୦/୨୦୨୨ (ଓଡ଼ିଶା ସମାଚାର)- ବରିଷ୍ଠ ପ୍ରଶାସକ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ସର୍ବ ଭାରତୀୟ ରାଜ୍ୟ ନିର୍ବାଚନ କମିଶନରଙ୍କ ସ୍ଥାୟୀ କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ରାଜ୍ୟ ନିର୍ବାଚନ କମିଶନର ଥିବା ଶ୍ରୀ ପାଢ଼ୀ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜ୍ୟ ନିର୍ବାଚନ କମିସନର ଏବଂ ନିର୍ବାଚନ ସମ୍ବନ୍ଧୀୟ ମାମଲା ପରିଚାଳନା କରିବାରେ ତାଙ୍କର ସୁଦୀର୍ଘ ଅଭିଜ୍ଞତା ରହିଛି।

ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ସର୍ବଭାରତୀୟ ରାଜ୍ୟ ନିର୍ବାଚନ କମିଶନରଙ୍କ ବୈଠକରେ ଶ୍ରୀ ପାଢ଼ୀଙ୍କୁ ଏସ୍ ଇସିର ଜାତୀୟ କମିଟିର ମୁଖ୍ୟ ଭାବରେ ଚୟନ କରାଯାଇଥିଲା। ଓଡ଼ିଶାରେ ସବୁଠାରୁ ଅଧିକ ସମୟ ଧରି ମୁଖ୍ୟ ଶାସନ ସଚିବ ଭାବେ କାର୍ୟ୍ୟ କରିଥିବା ଶ୍ରୀ ପାଢ଼ୀ ଅଗଷ୍ଟ ୨୦୧୯ ରୁ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି ଏବଂ ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ପଞ୍ଚାୟତ ଓ ପୌର ନିର୍ବାଚନରେ ଅନେକ ସଂସ୍କାର ଆଣିବାରେ ସକ୍ଷମ ସର୍ବ ଭାରତୀୟ ରାଜ୍ୟ ନିର୍ବାଚନ ଆୟୋଗର ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବରେ ସେ ବିଭିନ୍ନ ରାଜ୍ୟ ଗସ୍ତରେ ଯାଇ ରାଜ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ଭେଟି ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ରାଜ୍ୟ ଦ୍ୱାରା କରାଯାଇଥିବା ସଂସ୍କାର ବିଷୟରେ ଜ୍ଞାନ ସଂଗ୍ରହ କରିବେ। ରାଜ୍ୟ ରାଜ୍ୟ ନିର୍ବାଚନ କମିଶନମାନଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ସଫଳ ସଂସ୍କାର ପଦକ୍ଷେପକୁ ସେ ଅନ୍ୟ ରାଜ୍ୟମାନଙ୍କୁ ଅବଗତ କରିବା ସହିତ ସେଗୁଡିକୁ କାର୍ୟ୍ୟକାରୀ ଲାଗି ପରାମର୍ଶ ଦେବେ।

Leave a Reply

Your email address will not be published.