ଯାଜପୁର, ୦୮/୧୦/୨୦୨୨(ଓଡ଼ିଶା ସମାଚାର)-ଯାଜପୁର ସହରର ସପନପୁର ଗ୍ରାମର ନିବାସୀ ଅନ୍ୱେଷଣର ସଭାପତି ବୃନ୍ଦାବନ ମିଶ୍ରଙ୍କ ମାତା ହେମଲତା ମିଶ୍ରଙ୍କର ପ୍ରଥମ ଶ୍ରାଦ୍ଧା ବାର୍ଷିକ ଚଳିତ ମାସ ୦୭ ତାରିଖରେ ସମପନପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ସଭାକୁ ଆନୁଷ୍ଠାନକି ଭାବେ ପରିଚାଳନା କରିଥିବା ବେଳେ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ଉପନଗର ପାଳ ସନ୍ତୋଷ କୁମାର ମଲ୍ଳିକ, ଅନ୍ୱେଷଣ ସମ୍ପାଦକ ଅଭିମନୁ୍ୟ ମିଶ୍ର, ଅନ୍ୱେଷଣର ସାଂସ୍କୃତିକ ସମ୍ପାଦକ ଶଙ୍କର ସାହୁ, ନିର୍ଦ୍ଧେଶକ ଅନିଲ କୁମାର ଜେନା, ଡଃ କାହ୍ନୁ ଚରଣ ମିଶ୍ର, ପ୍ରତୁ୍ୟଶ ମହାନ୍ତି, ଧନଞ୍ଜୟ ନାୟକ, ସୁରେଶ ଚନ୍ଦ୍ର କର, ଅଧିକାରୀ ନବକିଶୋର ଦାସ, ସନ୍ତୋଷ ନନ୍ଦ, ପ୍ରମୁଖ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରକାଶ ଥାଉକି ହେମଲତା ମିଶ୍ର ଜଣେ ଶାନ୍ତ ପ୍ରିୟ, ଅଧ୍ୟାତ୍ମକବାଦୀ, ସାମାଜସେବୀ ଓ ପରୋପକାରୀ ମହିଳା ଥିଲେ ।