Wednesday , May 31 2023
Breaking News
Home / ସ୍ୱାସ୍ଥ୍ୟ / ସ୍ବାସ୍ଥ୍ୟ ବିଭାଗ ସହ ସାମିଲ ହେଲେ ୧୪୩ ଆୟୁର୍ବେଦ ମେଡିକାଲ ଅଫିସର

ସ୍ବାସ୍ଥ୍ୟ ବିଭାଗ ସହ ସାମିଲ ହେଲେ ୧୪୩ ଆୟୁର୍ବେଦ ମେଡିକାଲ ଅଫିସର

ଭୁବନେଶ୍ୱର,୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସହ ଜଡିତ ହେଲେ ୧୪୩ ଜଣ ଆୟୁର୍ବେଦ ମେଡିକାଲ ଅଫିସର । ଆୟୁର୍ବେଦର ପରମ୍ପରାଗତ ଚିକିତ୍ସା ସହ ଆଧୁନିକ ଚିକିତ୍ସାର ମିଶ୍ରଣରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଦୃଢ କରି ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଲୋକସେବା ଭବନରେ ଆୟୋଜିତ କାର୍ୟ୍ୟକ୍ରମରେ ୧୪୩ ଜଣ ଆୟୁର୍ବେଦ ମେଡିକାଲ ଅଫିସର ଯୋଗ ଦେଇଥିଲେ । ଆୟୁର୍ବେଦ ସହ ଆଧୁନିକ ଚିକିତ୍ସା ମିଳିତ ଭାବେ କାମ କଲେ ରାଜ୍ୟରେ ରୋଗ ନିରାକରଣ ସହ ଲୋକଙ୍କ ସ୍ବାସ୍ଥ୍ୟ ଭଲ ରହିବା କ୍ଷେତ୍ରରେ ଆମେ ଅନେକ ଆଗକୁ ଯିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ଆଧାରରେ ଆୟୁର୍ବେଦ ମେଡିକାଲ ଅଫିସରଙ୍କୁ କାମ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published.