କଟକ, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- କୁମାର ପୂର୍ଣ୍ଣିମା ଉପଲକ୍ଷେ କଟକ ମହାନଦୀ ବିହାର ମହିଳା ସମିତି ପକ୍ଷରୁ ସ୍ଥାନୀୟ ମହାନଦୀ ଭବନ ରେ ” କୁଆଁର ପୁନେଇ ଜହ୍ନ ଲୋ” ସାଂସ୍କୃତିକ କାର୍ୟ୍ୟକ୍ରମ ର ଆୟୋଜନ କରାଯାଇଛି।ସମିତି ର ସଭାନେତ୍ରୀ ଇନ୍ଦୁ ଦାଶ ଓ କର୍ପୋରେଟର ଇଁ ସୁବ୍ରତ ଘଡାଇ,
ଜଗନ୍ନାଥ ସାଂସ୍କୃତିକ ପରିଷଦର ସଭାପତି ଇଂଜିନିୟର ଗୋପାଳକୃଷ୍ଣ ବେହେରା, ଡେଭଲମେଣ୍ଟ ଆସୋସିଏସନ୍ ର ସଭାପତି ରବି ଶତପଥୀ,ପେନସନ ଆସୋସିଏସନ୍ ର ସଭାପତି ଶଶୀଭୂଷଣ ମହାନ୍ତି,ବରିଷ୍ଟ ନାଗରିକ ମଂଚର ସଭାପତି ରବୀନ୍ଦ୍ର ମହାନ୍ତି ଙ୍କ ଦ୍ଵାରା
ପ୍ରଦୀପ ପ୍ରଜ୍ବଳନ କରାଯାଇ ଏ ଉତ୍ସବ ର ଉଦ୍ଘାଟନ କରାଯାଇଥିଲା।ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ମଲ୍ଲାର ,ରାଜଶ୍ରୀ କଳା କେନ୍ଦ୍ର, କଷ୍ମୋ କ୍ରିଏସନ୍ ଓ ସ୍ପାର୍କେଲ୍ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ବାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇ ଥିଲା।
ବରିଷ୍ଟ ସଭ୍ୟା ମାନଙ୍କ ଦ୍ଵାରା ଅନୁଷ୍ଠାନ ର ଗୁରୁ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧିତ କରାଯିବା ସହ କଳାକାର ମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା।ଏ କାର୍ୟ୍ୟକ୍ରମ କୁ ନମିତା ଦାସ ଓ ମଧୁସ୍ମିତା ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ ସମ୍ପାଦିକା ନିବେଦିତା ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର