Saturday , June 10 2023
Breaking News
Home / ରାଜନୀତି / ଭୁବନ ବିଜେଡି ତରଫରୁ ଜନ ସଂପର୍କ ପଦଯାତ୍ରା

ଭୁବନ ବିଜେଡି ତରଫରୁ ଜନ ସଂପର୍କ ପଦଯାତ୍ରା

ଭୁବନ ୦୮/୧୦/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ତଥା ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଯୋଜନାକୁ ପ୍ରତି ଘରେ ଘରେ ପହଁଚାଇବା ଉଦ୍ଧେଶ୍ୟରେ ଅକ୍ଟୋବର ୨ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଜନସଂପର୍କ ପଦଯାତ୍ରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ ଓ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ପରାମର୍ଶ କ୍ରମେ ଭୁବନ ବ୍ଲକ ବିଜେଡି ତରଫରୁ ଏହି ପଦଯାତ୍ରା ସହିଦ ବାଜିରାଉତ ଙ୍କ ସ୍ମୃତିପୀଠ ନୀଳକଣ୍ଠପୁର ରୁ ଆରମ୍ଭ ହୋଇଥିଲା । ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ବିଜେଡି ନେତା ସୁଧାକର ସାହୁ , ଅମୁଲ୍ୟ ଦ୍ୱିବେଦୀ ,ରାକେଶ ଆଏଚ , ମାୟାଧର ପଣ୍ଡା ପ୍ରମୁଖ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ବାଜିରାଉତ ଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଜନସଂପର୍କ ପଦଯାତ୍ରାରେ ସାମିଲ ହୋଇ ନୀଳକଣ୍ଠପୁର ରୁ କଣପାଳ ,ସପନେଶ୍ୱର ଦେଇ ମହୁଲପାଳ ରେ ପହଁଚିଥିଲେ । ନବୀନ ସରକାରଙ୍କ ବିଭିନ୍ନ ଯେଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।

Leave a Reply

Your email address will not be published.