Monday , June 5 2023
Breaking News
Home / ବିଶେଷ / ବିଣାପାଣୀ ଚୌଧୁରୀଙ୍କ ରଚିତ ପୁସ୍ତକ ‘ବଲ୍ଲକୀ ଓ ମୁଁ କ’ଣ ମୁଁ ଜାଣେ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ବିଣାପାଣୀ ଚୌଧୁରୀଙ୍କ ରଚିତ ପୁସ୍ତକ ‘ବଲ୍ଲକୀ ଓ ମୁଁ କ’ଣ ମୁଁ ଜାଣେ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

କେନ୍ଦ୍ରାପଡ଼ା, ୦୮/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଅବିଭକ୍ତ ଓସ୍ତପୁର ପଂଚାୟତର ପୂର୍ବତନ ସରପଂଚ ତଥା ସାରଙ୍ଗ ଗ୍ରାମର ଫକିର ଚରଣ ଖଟୁଆଙ୍କ ଝିଅ ବିଣାପାଣୀ ଚୌଧୁରୀଙ୍କ ରଚିତ  “ବଲ୍ଲକୀ ଓ ମୁଁ କ’ଣ ମୁଁ ଜାଣେ” ଦୁଇଗୋଟି ପୁସ୍ତଳକୁ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱରସ୍ଥିତ ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକ ଦୁଇଟିକୁ ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ପୁସ୍ତକ ଦୁଇଟିର ଲେଖିକା ବିଣାପାଣୀ ଚୌଧୁରୀ, ପିତା ଫକିର ଚରଣ ଖଟୁଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଲେଖିକା ଶ୍ରୀମତୀ ଚୌଧୁରୀ ରାଜ୍ୟପାଳଙ୍କୁ ଏକ ଅମ୍ଳଜାନ ପ୍ରଦାନକାରୀ ଜୀବନ୍ତ ଚାରାଗଛ ସହିତ ଏକ ଉତରୀୟ ପ୍ରଦାନ କରି ଆଶିର୍ବାଦ କାମନା କରିଥିଲେ । ରାଜ୍ୟପାଳ ଶ୍ରୀମତୀ ଚୌଧୁରୀଙ୍କ ଉତରୋତର ଉନ୍ନତି କାମନା କରିଥିଲେ ।

Leave a Reply

Your email address will not be published.