Saturday , June 10 2023
Breaking News
Home / ବିଶେଷ / ଫୋନ୍ ରେ ଗାଳି କରି ହରଡ଼ ଘଣାରେ ପୋଷ୍ଟ ମାଷ୍ଟର

ଫୋନ୍ ରେ ଗାଳି କରି ହରଡ଼ ଘଣାରେ ପୋଷ୍ଟ ମାଷ୍ଟର

ଆବସ ଯୋଜନା ମାଗିବାରୁ ଥାନା ର ଧମକ

ଯାଜପୁର/ଧର୍ମଶାଳା, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର /ସୁରେଶ କର)-  ଗରିବ ଲୋକଙ୍କୁ ବିଜୁ ପକାଘର ଓ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ସରକାର ଡିଣ୍ଡିମ ପିଟୁଥିବା ବେଳେ ତଳ ସ୍ତର ର କିଛି ଦଲାଲ ଙ୍କ ପାଇଁ ସତେ ଯେମିତି ସାତ ସପନ ହୋଇ ପଡିଛି।ସୂଚନା ଥାଉକି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନ ବଡ କାଏମା ପଂଚାୟତ ର ନୂଆସାହି ଗ୍ରାମର ହଳଧର ପଣ୍ଡା ଙ୍କ ପରିବାର ବିଗତ ଦିନରୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ।ଏନେଇ ନେଇ ଜିଲ୍ଲା ପାଳ ଙ୍କ ଠୁ ଆରମ୍ଭ କରି ବ୍ଲକ କାର୍ୟ୍ୟାଲୟ ପର୍ୟ୍ୟନ୍ତ ଦଉଡି ଦଉଡି ନୟାନ୍ତ ହେଲେଣି। ହେଲେ ଉକ୍ତ ପଂଚୟତ ର ନୂତନ ଭବେ ହୋଇଥିବା ସରପଞ୍ଚ କୁମୁଦୁନି ମହାନ୍ତି ଙ୍କ ସ୍ୱାମୀ ପୋଷ୍ଟ ମାଷ୍ଟର ଧନେଶ୍ୱର ମହାନ୍ତି ବାରମ୍ଭାର ରାଜନୈତିକ ଆକ୍ରୋଶ ରଖି ଉକ୍ତ ପରିବାର କୁ ଆବସ ତାଲିକା ରୁ ନାଁ କାଟୁଥିବାର ଅଭିଯୋଗ ଆସିଛି। ଗୋଟେ ଘର ଭିତରେ ଚାରି ପ୍ରାଣୀ ଚଳିବା  ମୁସକିଲ ହେଉଥିବା ବେଳେ ଗତ୩୦ତାରିଖ ଦିନ ହଳଧର ଙ୍କ ପୁଅ ଚକ୍ରଧର ଏନେଇ ସରପଞ୍ଚ ଙ୍କ ପ୍ରତିନିଧି ତଥା ପୋଷ୍ଟମାଷ୍ଟର ଧନେଶ୍ୱର ଙ୍କୁ ଫୋନେ ଯୋଗେ ଆବସ କଥା ପଚାରିବାରୁ ହଳଧର ଙ୍କ ପୁଅ ଚକ୍ରଧର ଙ୍କୁ ପୋଷ୍ଟମାଷ୍ଟର ଧନେଶ୍ୱର ଅନେକ ଅଶ୍ଳୀଳ ଭାଷା ରେ ଫୋନ ରେ ଗାଳି କରିବା ସହ ଥାନାରେ ନେଇ ବସେଇ ଦେବାକୁ ଧମକ ଦେଇଥିଲେ।ଆଉ ଏହାର କିଛି କ୍ଷଣ ପରେ ଧର୍ମାଶାଳା ଥାନାର କାର୍ୟ୍ୟରତ ଏସ ଆଇ ବିଭୁତି ମହାପାତ୍ର ଥାନାକୁ ଡକାଇ ଅନେକ ଖରାପ ଭାଷା ପ୍ରୟୋଗ କରିଥିବାର ଅଭିଯୋଗ କରିଛନ୍ତି ଚକ୍ରଧର।

ଯାହାକୁ ନେଇ ଧର୍ମାଶାଳା ର ବିଜେଡି ଯୁବନେତା ସତୀଶ ବିଶ୍ୱାଳ ଏନେଇ ମୁଖ୍ୟମନ୍ତ୍ରୀ ଙ୍କ କାର୍ୟ୍ୟାଳୟ କୁ ଏକ ପତ୍ର ଦେବା ସହ ନିଜସ୍ୱ ଏକ ପ୍ରତିନିଧି ଦଳ ଗତ ଦୁଇ ଦିନ ତଳେ ତାଙ୍କ ଘରେ ପହଞ୍ଚି ସ୍ଥିତି ପରଖିଥିଲେ।ଏପଟେ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଲକ୍ଷ ବିରୁଦ୍ଧରେ ଯାଇ ଥିବାରୁ ଧର୍ମଶାଳା ପୋଲିସ ନାଁରେ ଜିଲ୍ଲା ଏସ୍ ପି ଙ୍କ ସହ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ସତୀଶ ଅଭିଯୋଗ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ଧନେଶ୍ୱର ମହାନ୍ତି ଜଣେ କେନ୍ଦ୍ରସରକାର ଙ୍କ ଅଧିନ ରେ ପୋଷ୍ଟ ମାଷ୍ଟର ଭାବେ କାର୍ୟ୍ୟ କରୁଥିବା ବେଳେ କିପରି ଶାସକ ଦଳରେ ନିଜର ପତିଆରା ମେଲେଇ ଅନେକ ଲୋକଙ୍କୁ ସାହାଯ୍ୟ କରିବା ବଦଳରେ ଥାନାରେ ବସାଇ ବାକୁ ଧମକ ଦେଉଛନ୍ତି।ପ୍ରକୃତରେ ଭୋଳା ବା ଧନେଶ୍ୱର ର କାମ କଣ। ଜଣେ ସରକାରୀ କର୍ମଚାରୀ ନା ଧର୍ମଶାଳା ଥାନାର ଗୁମାସ୍ତା। ଏପଟେ ଏଥିନେଇ ଚକ୍ରଧର ଙ୍କ ମା ଗତକାଲି ଡାକ ଯୋଗେ ଏକ ଏତଲା ଧର୍ମଶାଳା ଥାନା ଓ ଜିଲ୍ଲା ଏସ୍ ପି ଙ୍କୁ ପ୍ରଦାନ କରିଛନ୍ତି।ତେବେ ଏଦିଗରେ ଜିଲ୍ଲା ଏସ୍ ପି ଦୃଷ୍ଟି ଦେବା ସହ ଧନେଶ୍ୱର ଙ୍କ ଉପରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହୋଇଛି।

Leave a Reply

Your email address will not be published.