Saturday , June 10 2023
Breaking News
Home / ବିଶେଷ / ଫୁଟପାଥରେ ଲାଗିବନି ଠେଲା ଗାଡ଼ି

ଫୁଟପାଥରେ ଲାଗିବନି ଠେଲା ଗାଡ଼ି

ଭୁବନେଶ୍ୱର,୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ଭୁବନେଶ୍ବରରେ ଫୁଟପାଥରେ ଲଗାଇପାରିବେନି ଠେଲା ଗାଡ଼ି । ରାସ୍ତା ଉପରେ କିମ୍ବା ଡ୍ରେନ ଉପରେ କରିହେବନି ବ୍ୟବସାୟ । ଷ୍ଟ୍ରିଟ ଫୁଡ ଭେଣ୍ଡରଙ୍କ ପାଇଁ ବିଏମସି ନୂଆ ନିୟମ ଜାରି କରିଛି । ନିୟମ ନମାନିଲେ ଖିଲାପିଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଗ୍ରାହକଙ୍କ ଗାଡ଼ି ପାର୍କିଂ ପାଇଁ ବିସ୍ତୃତ ଜାଗା ନଥିଲେ ଠେଲା ଗୁଡିକ ଖାଇବାକୁ ଦେଇପାରିବେ ନାହିଁ। ଏହାଦ୍ବାରା ପାର୍କିଂ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ଏଣୁ ପାର୍ସଲ କିମ୍ବା ଅନଲାଇନ ଫୁଡ଼ ସର୍ଭିସ ବ୍ୟବସ୍ଥା କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ପରିମଳ ବ୍ୟବସ୍ଥା ସହ ନିଜ ଆଉଟଲେଟ ସାମନାରେ ଡଷ୍ଟବିନ ରଖିବା ବାଧ୍ୟତାମୂଳକ କରାଯାଇଛି ।
ଓଦା ଓ ଶୁଖିଲା ଅଳିଆ ଅଲଗା ରଖିବା ସହ ଅଳିଆ ଗାଡିକୁ ପ୍ରତିଦିନ ଅଳିଆ ଦେବାକୁ ନିର୍ଦ୍ଦେଶ ହୋଇଛି । ଏହାଛଡ଼ା ବ୍ୟବସାୟ ବେଳେ ସ୍ବଚ୍ଛତା ଉପରେ ଦୋକାନୀ ଗୁରୁତ୍ବ ଦେବେ । ଖାଦ୍ୟ ନିରାପତ୍ତା ନିୟମ ମାନିବା ଅନିବାର୍ୟ୍ୟ । ନୋ ଭେଣ୍ଡିଙ୍ଗ ଯୋନ ଏରିଆରେ କେହି ଖାଦ୍ୟ ଠେଲା ବା ଗାଡି ଲଗାଇ ବ୍ୟବସାୟ କରିପାରିବେ ନାହିଁ।

Leave a Reply

Your email address will not be published.