ଭୁବନେଶ୍ୱର,୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ଦୁର୍ଦ୍ଦାନ୍ତ ଅପରାଧୀ ରାକା ଗିରଫ ହୋଇଛି। ତା ନିକଟରୁ ଏକ ବନ୍ଧୁକ ଜବତ କରାଯାଇଛି । ବନ୍ଧୁକ ଦେଖାଇ ଭୟଭିତ କରି ସେ ଲୁଟ୍ କରୁଥିଲା । ଏୟାରଫିଲଡ଼ ଥାନା ପୋଲିସ ବନ୍ଧୁକ ସହ ଅଭିଯୁକ୍ତ ରାକା ବେହେରା କୁ ଗିରଫ କରିଛି । ଅଭିଯୁକ୍ତ ନାମରେ ରାଜଧାନୀରେ ୨୬ଟି ମାମଲା ରହିଛି । ଗତ କିଛି ମାସ ତଳେ ଘର ସାମ୍ନାରେ ସେ ନିଜ ଭାଇକୁ ଖଣ୍ଡାରେ ଆକ୍ରମଣ କରିଥିଲା । ରାକାକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା ।