ଏକାଠି ହେଲେ ଅନେକ କଂଗ୍ରେସର ରାଜନେତା, ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ
ଜୁନାଗଡ଼ ,୦୮ /୧୦/୨୦୨୨ (ଓଡ଼ିଶା ସମାଚାର /ରାକେଶ ବେମାଲ )-ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ସମଗ୍ର ରାଜ୍ୟରେ ରାଜନୈତିକ ବାତାବରଣ ଉଷ୍ମ ହେଉଥିବା ବେଳେ ଆଜି ଏହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ଜୁନାଗଡ଼ ସହରରେ । ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜେଡିର ପଦଯାତ୍ରା ଥିବା ବେଳେ କଂଗ୍ରେସ ମଧ୍ୟ ନିଜର ଭାରତ ଯୋଡୋ ପଦଯାତ୍ରା ନେଇ ଲୋକଙ୍କ ପାଖକୁ ଯିବାକୁ ପ୍ରୟାସ ଜାରି ରଖି ସଂଗଠନକୁ ମଜବୁତ କରିବାକୁ ଉଦ୍ୟମ କରିଛନ୍ତି । ଭକ୍ତ ଦାସଙ୍କ ନେତୃତ୍ୱରେ ସାରା ଜିଲ୍ଲାରେ ବୈଠକମାନ କରି ସଂଗଠନକୁ ସୁଦୃଢ କରିବା ସହ ଆଜିର ଭାରତଜୋଡ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ୱନ କରିଥିଲେ । ଆଜି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଠାରେ କଂଗ୍ରେସର ଭାରତ ଜୋଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟାଉନହଲ ଠାରୁ ଏକ ଶୋଭାଯାତ୍ରାରେ ବାହାରି ହାଇସ୍କୁଲ ଖେଳପଡିଆକୁ ଯାଇଥିଲେ । ସେଠାରେ ଥିବା ଏକ ସଭା ଅନୁଷ୍ଠିତ ହୋଇଥିଲା । କଂଗ୍ରେସର ଜିଲ୍ଲା ସଭାପତି ଭାରତଭୂଷଣ ବେମାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା,ମୋହନା ବିଧାୟକ ଦଶରଥୀ ଗମାଙ୍ଗ, ପୂର୍ବତନ ସଂ। ସଦ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ନବରଙ୍ଗପୁର ବିଧାୟକ ସୁବଳ ମାଝୀ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ, ଧର୍ମଗଡ଼ କଂଗ୍ରେସ ନେତା ରବି ପଟଯୋଶୀ, ତୁଷାର ପଟଯୋଶୀ ସମେତ ଅନେକ ରାଜନେତା ଉପସ୍ଥିତ ହୋଇ କର୍ମୀ ମାନଙ୍କୁ ଗରୁ ମନ୍ତ୍ର ଦେଇଥିଲେ ।
ଜୁନାଗଡ଼ ନଗର ସଭାପତି ଅମିତ ଅଗ୍ରୱାଲ, ଚିତରଞ୍ଜନ ନିଆଲ ଓ ପ୍ରଭାତ ଦାଶ ତଥା ସ୍ଥାନୀୟ ନେତୃମଣ୍ଡଳୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ସଭାରେ ବିଜେଡିର ଆଗଧାଡ଼ିର କର୍ମୀ ତଥା ପୂର୍ବତନ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ ନିଜ ସମର୍ଥକଙ୍କ ସହିତ କଂଗ୍ରେସରେ ଯୋଗଦେଇଥିଲେ । ଆଜି ହଜାର ହଜାର କଂଗ୍ରେସ କର୍ମୀଙ୍କ ଜୁନାଗଡ଼ ସମାବେଶରେ ଏକଜୁଟ ହେବା ପରେ ବର୍ତ୍ତମାନ ବିରୋଧୀ ମାନଙ୍କ ମଧ୍ୟରେ ଛନକା ପଶିଛି ।