Sunday , May 28 2023
Breaking News
Home / ବିଶେଷ / ଗୋଳବାଇରେ ରାମନାଟକ ପ୍ରତିଯୋଗିତା ଉଦଘାଟିତ

ଗୋଳବାଇରେ ରାମନାଟକ ପ୍ରତିଯୋଗିତା ଉଦଘାଟିତ

ନିରାକାରପୁର ୦୮/୧୦/୨୦୨୨(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଗୋଳବାଇଠାରେ କବି ବାଙ୍କା ଦାଶ ରାମ ନାଟକ ସମ୍ମାନ ୨୦୨୨ ପାଇଁ ଚର୍ତୁଦଳୀୟ ରାମ ନାଟକ ପ୍ରତିଯୋଗିତା ଶୁକ୍ରବାର ଦିନ ମୁଖ୍ୟଅତିଥି ରାଜ୍ୟ ମହିଳା ବିଜେଡ଼ି ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମହେଶ୍ୱର ପାଇକରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଗୋଳବାଇ ସରପଂଚ ମଧୁମିତା ପଲେଇ, ସମ୍ବାଦିକ ରାମନାରାୟଣ ଦାଶ, ସମିତି ସଭ୍ୟ ଗୌତମ ପ୍ରଧାନ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ କେଦାରଶ୍ୱର ମହାପାତ୍ର, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ର ମ୍ୟାନେଜର ପଙ୍କଜ ପ୍ରଧାନ ଓ ସୂର୍ଯ୍ୟକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି କବି ବାଙ୍କା ଦାଶଙ୍କ ସଂପର୍କରେ ଆଲୋକପାତ କରିବା ସହ ରାମ ନାଟକ ଭଳି ଏକ ପ୍ରତିଯୋଗିତା ଯୁବ ପିଢିଙ୍କୁ ଉଚିତ ମାର୍ଗ ଦର୍ଶନ କରାଇବ ବୋଲି ମତବ୍ୟକ୍ତ କରିଥିଲେ । ଏହି ରାମ ନାଟକ ପ୍ରତିଯୋଗିତାରେ ବଛାବଛା ୪ଟି ନାଟକ ସଂସ୍ଥା ଭାଗ ନେଉଛନ୍ତି ।

Leave a Reply

Your email address will not be published.