କଟକ ସଦର, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କମିଶନରେଟ୍ ପୋଲିସ୍ ଅନ୍ତର୍ଗତ କଟକରେ ମାଛେଉଣ୍ଡ ନାବାଳକକୁ ନିଆଁ ଚେଙ୍କ ଦିଆଯିଵା ଏକ ଅଭାବନୀୟ ଘଟଣା ଅଭିଯୋଗ ହୋଇଛି ।ପ୍ରକାଶ ଯେ ମର୍କତନଗର ଥାନା ସିଡିଏ ସେକ୍ଟର ୭ ରେ ରହୁଥିବା ଦାଦା ଖୁଡି ନିଜର ମା ଛେଉଣ୍ଡ ୯ ଵର୍ଷର ନାଵାଳକ ପୁତୁରାକୁ ଆଣି ଘରେ ରଖି ନିୟମିତ ମାଡ ମାରିବା ସହିତ ନିଆଁ ଚେଙ୍କ ଦେଉଥିବା ନାଵାଳକର ଆଈମା ଥାନାରେ ଅଭିଯୋଗ କରିଛନ୍ତି।ଏପରିକି ଵହୁ ସମୟରେ ମାଡ ମାରି ରାତି ଅଧରେ ଘରୁ ମଧ୍ୟ ଵାହାର କରିଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଗ୍ରହଣ କରି ପୋଲିସ ଅଭିଯୁକ୍ତ ଦାଦା ଖୁଡିଙ୍କ ନାରେ ୫୦୬,୩୨୩,୩୨୪,୩୪ ଆଇପିସି ଓ ୨୩ ଜୁଭେନାଲ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।