କଟକ, ୦୮/୧୦/୨୦୨୨(ଓଡ଼ିଶା ସମାଚାର)- କଟକରେ ଏସିଡ଼ ଆଟାକ୍ ହୋଇଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।
ଚାନ୍ଦିନୀଚୌକ ଅଂଚଳରେ ଏହି ଏସିଡ଼୍ ଆଟାକ୍ ହୋଇଛି । ସମାନ୍ୟ ବଚସାରୁ ଏଭଳି ଏସିଡ଼ ଆଟାକ୍ ହୋଇଚି । ଏଥିରେ ବାଲୁବଜାରର ସତ୍ୟବାନ ସାହୁ ଓ ତାଙ୍କର ଜଣେ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।