Wednesday , May 31 2023
Home / ରାଜନୀତି / କଂଗ୍ରେସ ଦଳ  ତରଫ ରୁ ଭାରତ ଜୋଡ କାର୍ୟ୍ୟକ୍ରମ ର ପ୍ରସ୍ତୁତି ବୈଠକ

କଂଗ୍ରେସ ଦଳ  ତରଫ ରୁ ଭାରତ ଜୋଡ କାର୍ୟ୍ୟକ୍ରମ ର ପ୍ରସ୍ତୁତି ବୈଠକ

କଳାହାଣ୍ଡି ,୮/୧୦/୨୨ (ଓଡ଼ିଶା ସମାଚାର/ସଂଜୟ ସିଂହ)- ଗତ କଲି ସନ୍ଧ୍ୟା ରେ କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା  ଠାରେ  କଂଗ୍ରେସ ଦଳ ର ଏକ ଗୁରୁତ୍ତ୍ୱପୂର୍ଣ ବୈଠକ  ଅମଲା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଭାରତ ଜୋଡ କାର୍ୟ୍ୟକ୍ରମ ଓ ଦଳୀୟ ବିଶେଷ ଗୁରୁତ୍ତ୍ୱପୂର୍ଣ ବିଷୟ ରେ ଆଲୋଚନା କରିବା ସହ କର୍ମୀ ସକ୍ରିୟ ହେବାକୁ ଆଲୋଚନା କରିବା ସହ  ଜୁନାଗଡ଼ ଠାରୁ ଭାରତ ଜୋଡ କାର୍ୟ୍ୟକ୍ରମ କରିବା କୁ ନେଇ ପ୍ରକାଶ କରିଥିଲେ । ଏହି ବୈଠକ ରେ କଂଗ୍ରେସ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ଅଖିଳ ଭାରତୀୟ ଜାତୀୟ କଂଗ୍ରେସ କମିଟି ର ସ୍ଥାୟୀ ସଦସ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ରାଜ୍ୟ କଂଗ୍ରେସ ସଂଖ୍ୟା ଲଘୁ ସେଲ ମୁଖ୍ୟ ଜନାବ ଜିଆ ଉଲ୍ଲା ହକ, ଜନାବ କଲାମ ସହବ,ପୂର୍ବତନ ସାଂସଦ ନକୁଳ ନାଏକ, ବିଧାୟକ ତାରା ପ୍ରସାଦ  ବାହିନୀ ପତି, ସନ୍ତୋଷ ସିଂହ ସାଲୁଜା, ଅଧୀରାଜ ପାଣିଗ୍ରାହୀ ମୋହନ ଜେନା ପ୍ରମୁଖ କଂଗ୍ରେସ ନେତୁବୃନ୍ଦ ଯୋଗ ଦାନ କରି ଆଗାମୀ ଦିନରେ କଂଗ୍ରେସ ଦଳ ନିର୍ବାଚନ ରେ ଜୟଯୁକ୍ତ କରାଇବା ସହ ସାଧାରଣ ଜନତା ଙ୍କ କଂଗ୍ରେସ ଦଳ ରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.