Thursday , June 1 2023
Breaking News
Home / ବିଶେଷ / ଓଡ଼ିଶା ଭିତ୍ତିଭୂମି କନକ୍ଲେଭ୍-୨୦୨୨

ଓଡ଼ିଶା ଭିତ୍ତିଭୂମି କନକ୍ଲେଭ୍-୨୦୨୨

‘ଅବିଶ୍ୱସନୀୟ ଓଡ଼ିଡ଼ିଶା ନିର୍ମାଣ ପାଇଁ ଭିତ୍ତିଭୂମି ବିକାଶ ଜରୁରୀ’

ଭୁବନେଶ୍ୱର, ୦୮ /୧୦/୨୦୨୨ (ଓଡ଼ିଶା ସମାଚାର)- ସମସ୍ତଙ୍କ ବିକାଶର ତିନୋଟି ନୀତି ରହିଛି ଯଥା ସମାନତା,ସ୍ୱତନ୍ତ୍ରତା ଏବଂ ପ୍ରମାଣିକତା, ଯଦ୍ୱାରା ବିକାଶର ଅଭିବୃଦ୍ଧି ହୋଇଥାଏ। ଅବିଶ୍ୱସନୀୟ ଓଡ଼ିଶା ନିର୍ମାଣ କରିବା ନିମନ୍ତେ ଆମେ ସମସ୍ତେ ରାଜ୍ୟର ଭିତ୍ତିଭୂମି ବିକାଶ ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଓଡ଼ିଶା ଭିତ୍ତିଭୂମି କନକ୍ଲେଭ୍-୨୦୨୨କୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରି ରାଜ୍ୟପାଳ ଗଣେଶୀ ଲାଲ ଏହା କହିଛନ୍ତି।

ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର ୱେଲଫେୟାର ଆସୋସିଏସନ୍ ଦ୍ୱାରା ଆୟୋଜିତ ଓଡ଼ିଶା ଭିତ୍ତିଭୂମି କନକ୍ଲେଭ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଏସବିଆଇର ସିଜିଏମ୍ ଏସ୍.ସି. ଶର୍ମାର୍ମା, ୱାଟ୍ କୋ ସିଇଓ ଇଂ ପ୍ରଦୀପ୍ତ କୁମାର ସ୍ୱାଇଁ ଆଦି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ସଭାପତି ଜଗଦିଶ୍ ପାତ୍ର କହିଛନ୍ତି ଯେ, ସମସ୍ତ ଅଂଶୀଦାରଙ୍କ ପାଇଁ ଇକୋ-ସିଷ୍ଟମ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯିବ। ସଂଘର ଉପସଭାପତି ଚିନ୍ମୟ ସ୍ୱାଇଁ କହିଛନ୍ତି ଯେ, ଆମେ ଜାଣୁ ଯେ ବିକାଶର ଭିତିଭୂମିକୁ ଗୁରୁତ୍ୱ ଦେଇ ରାଜ୍ୟର ଜୀବନଶୈଳୀର ଉନ୍ନତି ସହ ଅର୍ଥର୍ନୈତିକ ଅଭିବୃଦ୍ଧି ନିମନ୍ତେ ଭିତ୍ତିଭୂମି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାଧାରଣ ସମ୍ପାଦକ ବିଭୂତି ଜେନା କହିଛନ୍ତି ଯେ,ଓଡିଶା ଭଳି ରାଜ୍ୟରେ ଲକ୍ଷାଧିକ କଣ୍ଟ୍ରାକ୍ଟର ରହିଛନ୍ତି ପରନ୍ତୁ ସେମାନେ ପରସ୍ପର ମଧ୍ୟରେ ଜଡିତ ନୁହନ୍ତି ଏବଂ ସେମାନଙ୍କୁ  ମଧ୍ୟ ସଠିକ୍ ପ୍ଲାଟଫର୍ମ  ମିଳିପାରିନାହିଁ।ତେଣୁ ଏହି କନ୍ କ୍ଲେଭ୍ ସେମାନଙ୍କୁ  ଏକ ପ୍ଲାଟଫର୍ମ  ଦେଇଛି ଯେଉଁଠି ସେମାନଙ୍କ ରାଷ୍ଟ୍ର ନିର୍ମାର୍ମାଣ ପଛରେ ରହିଥିବା କଠିନ ପରିଶ୍ରମ ସମସ୍ତଙ୍କ ସମ୍ମୁଖକୁ ଆସିପାରିବ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଉଦ୍ଧ୍ୱର୍ କଣ୍ଟ୍ରାକ୍ଟର ଯୋଗଦେଇଥିଲେ। ‘ଜଳ ସଞ୍ଚୟ-ଜୀବନ ବଞ୍ଚାଅ’ ଶୀର୍ଷକ ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

Leave a Reply

Your email address will not be published.