ସାଲେପୁର,୦୮/୧୦/୨୦୨୨(ଓଡିଶା ସମାଚାର /ଅଭୟ ଜେନା) -ସାଲେପୁର ମାଛୁଆତି ଗ୍ରାମର ବିବେକାନନ୍ଦ ଷଡ଼ଙ୍ଗୀ ସିଭିଲ ସର୍ଭିସ ପରୀକ୍ଷା ରେ ନବମ ସ୍ଥାନ ପାଇଥିବାରୁ ସାଲେପୁର ଅଞ୍ଚଳ ରେ ଆନନ୍ଦ ପ୍ରକାଶ ପାଇଛି । ସେ ସେବା ନିବୃତ୍ତ ସାମରିକ କର୍ମଚାରୀ ସଦାଶିବ ଷଡ଼ଙ୍ଗୀ ଓ ପ୍ରତିଭା ଷଡ଼ଙ୍ଗୀ ଙ୍କ ପୁତ୍ର ଅଟନ୍ତି । କଠିନ ପରିଶ୍ରମ ଓ ନିଷ୍ଠା ଫଳରେ ସେ ଏହି ସଫଳତା ପାଇଛନ୍ତି ଓ ସେ ମଧ୍ୟ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ସେ ସାଧାରଣ ଜନତା ଙ୍କ ସେବା ରେ ନିଜକୁ ନିୟୋଜିତ କରିବେ ବୋଲି ମନସ୍ଥ କରିଛନ୍ତି ।