Saturday , June 10 2023
Breaking News
Home / ବିଶେଷ / ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ବିକାଶରଞ୍ଜନ

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳ ବିକାଶରଞ୍ଜନ

ଗରିବ ଓ ଅସହାୟଙ୍କ ସେବାକୁ ପ୍ରାଧାନ୍ୟ ଦେବେ
କେନ୍ଦ୍ରାପଡ଼ା, ୦୮/୧୦/୨୦୨୨(ଓଡ଼ିଶା ସମାଚାର)- ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ୬୦ତମ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର କଷୋଟି ଗ୍ରାମର ଯୁବକ ବିକାଶରଞ୍ଜନ । ବିକାଶଙ୍କ ପିତା ଡଃ. ପ୍ରକାଶ ଚନ୍ଦ୍ର ପରିଡା ଅସୁରେଶ୍ୱର ସ୍ଥିତ ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ନୂତତ୍ୱ ବିଭାଗର ବରିଷ୍ଠ ଅଧ୍ୟାପକ ଥିବା ବେଳେ ବିକାଶଙ୍କ ମା ଡେରାବିଶ ବ୍ଲକର ଅଢଙ୍ଗା ମଲ୍ଲିକେଶ୍ୱରପୁର ହାଇସ୍କୁଲରେ ଜଣେ ସହକାରୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ । ପିଲାବେଳୁ ଗରିବ ଓ ଅସହାୟମାନଙ୍କ ସେବାକୁ ପ୍ରାଧାନ୍ୟ ଦେଇ ଆସିଥିବା ବିକାଶ ଜଗତସିଂହପୁର ଜିଲ୍ଲାର ଶିଶୁମନ୍ଦିରରେ ପ୍ରାଥମିକ ଶିକ୍ଷା ଶେଷ ପରେ ସେହି ଜିଲ୍ଲାର ଜବାହର ନବଦୋୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରୁ ଶିକ୍ଷା ଆରମ୍ଭ କରି ମାଟ୍ରିକ ପରୀକ୍ଷାରେ ୯୫ପ୍ରତିଶତ ମାର୍କ ରଖି ପାସ କରିଥିଲେ । ପରେ ଭୁବନେଶ୍ୱରସ୍ଥିତ ବେସିକ ସାଇନ୍ସ କଲେଜରୁ ଯୁକ୍ତ୨ ବିଜ୍ଞାନରେ ୬୬ପ୍ରତିଶତ ମାର୍କ ରଖି ପାସ କରିବା ପରେ କଟକସ୍ଥିତ ରେଭେନସା ମହାବିଦ୍ୟାଳୟରୁ ଯୁକ୍ତ ୩ ଇଂରାଜୀ ସମ୍ମାନ ଶ୍ରେଣୀରେ ୬୦ ପ୍ରତିଶତ ମାର୍କ ରଖି ପାସ କରିଥିଲେ । ଏହାପରେ ସମ୍ବଲପୁରର ଗଙ୍ଗାଧରମେହେର ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତର ସମ୍ମାନ ଶ୍ରେଣୀରେ ୭୫ପ୍ରତିଶତ ମାର୍କ ରଖି ପାସ କରିଥିଲେ ବିକାଶ । କବିତା ଲେଖିବା, ଆଙ୍କରିଂ କରିବାରେ ରୂଚି ରଖୁଥିବା ବିକାଶ ଭବିଷ୍ୟତରେ ଜଣେ ପ୍ରଶାସନିକ ସେବା ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଥିଲେ । ବିକାଶ ଜଗତସିଂହପୁର ଜେ.ଏନ.ଭି. ଅଧ୍ୟକ୍ଷଙ୍କ ଦ୍ୱାରା ପ୍ରଭାବିତ ହେବା ସହ ତାଙ୍କ ଠାରୁ ପ୍ରେରଣା ମଧ୍ୟ ପାଇଥିଲେ । ଏଥିସହିତ ତାଙ୍କର ଏହି ସଫଳତା ପାଇଁ ବିକାଶ ବାପା, ମା, ଭାଇ, ଅଜା,ଆଇ, ମାଉସୀ ଏବଂ ଜଣେ ପ୍ରଦେଷ ଭାଇଙ୍କୁ ଶ୍ରେୟ ଦେବାକୁ ଚାହାନ୍ତି । କଳା ଓ ସାହିତ୍ୟ ପ୍ରତି ରୂଚି ରଖୁଥିବା ବିକାଶ ସ୍କୁଲ ଓ କଲେଜରେ ଶିକ୍ଷାଲାଭ ସମୟରେ ଘରୁ ତାଙ୍କୁ ଦିଆଯାଉଥିବା ଅର୍ଥର ସିଂହ ଭାଗ ଅଂଶକୁ ଗରିବ ଓ ଅସହାୟମାନଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି । ଓଡିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ବିକାଶ ନିଜକୁ ପ୍ରସ୍ତୁତ କରିବା ବେଳେ ନିଜ ମୋବାଇଲକୁ ବନ୍ଦ ରଖିବାକୁ ପସନ୍ଦ କରୁଥିଲେ । ବିକାଶଙ୍କ ଜନ୍ମମାଟି ହେଉଛି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଯମପଡା ଗ୍ରାମ ।

Leave a Reply

Your email address will not be published.