Wednesday , May 31 2023
Home / ବିଶେଷ / ଏୟୁସିସି ବ୍ୟାଙ୍କ ନିର୍ଦ୍ଧେଶକ ଭାବେ ଅଭିମନ୍ୟୁ ବେହେରା ନିଦ୍ୱର୍ନ୍ଦରେ ନିର୍ବାଚିତ

ଏୟୁସିସି ବ୍ୟାଙ୍କ ନିର୍ଦ୍ଧେଶକ ଭାବେ ଅଭିମନ୍ୟୁ ବେହେରା ନିଦ୍ୱର୍ନ୍ଦରେ ନିର୍ବାଚିତ

ଭୁବନ ଭୁବନ ୦୮/୧୦/୨୦୨୨(ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ମଠକରଗୋଳା ର ପୂର୍ବତନ ସରପଂଚ ତଥା ବିଶିଷ୍ଟ ସମାଜସେବୀ ,ପରୋପକାରୀ ତଥା ସମବାୟ ବିତ୍ ଅଭିମନ୍ୟୁ ବେହେରା ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ର ୧୨ ନମ୍ବର ଭୁବନ ଜୋନ ନିର୍ଦ୍ଧେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀଯୁକ୍ତ ବେହେରା ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିବାରୁ ସେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ । ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ ,ପର୍ଜଙ୍ଗ ବିଧାୟକ ଡା.ନୃସିଂହ ଚରଣ ସାହୁ , ଅନୁଗୁଳ ବିଧାୟକ ତଥା ଉପ ବାଚସ୍ପତି ରଜନୀକାନ୍ତ ସିଂ ,ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ,ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା , ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ ,ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଶ୍ରୀଯୁକ୍ତ ବେହେରା ଙ୍କୁ ପୁଷ୍ପଗୁଚ୍ଛ,ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀ ବେହେରା ତାଙ୍କର ବିଜୟ ପାଇଁ ଉପରୋକ୍ତ ନେତୃମଣ୍ଡଳୀ ଙ୍କ ସମେତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ସାଂସଦ ମହେଶ ସାହୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀ ବେହେରା ଏହା ପୂର୍ବରୁ ଥରେ ଡାଇରକ୍ଟେର ଭାବେ କାର୍ଯ୍ୟ କରିଥିଲେ ।

Leave a Reply

Your email address will not be published.