Saturday , December 3 2022
Breaking News
Home / ବିଶେଷ / ହାତୀ ଆକ୍ରମଣରେ ୨ ଆହତ

ହାତୀ ଆକ୍ରମଣରେ ୨ ଆହତ

ନିରାକାରପୁର, ୦୭ /୧୦/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧାଜିଲା ହଜ ପଂଚାୟତ ତଥା ଜଂକିଆଥାନା ସିକୋ ଫାଣ୍ଡି ଅନ୍ତର୍ଗତ ନାରଗୋଦା ଜଂଗଲରେ କେତୋଟି ହାତୀ ବର୍ଷତମାମ ରହି ସ୍ଥାନୀୟ ଅଂଚଳରେ ନାନା ଉପଦ୍ରବ କରୁଛନ୍ତି। ଗତ ୬ତାରିଖ ସଂଧ୍ୟାରେ ଗୋଟିଏ ଦନ୍ତାହାତୀ ମୁକ୍ତାପୁର ଗ୍ରାମର କେତେକ ଚାଷୀଙ୍କୁ ତାଙ୍କ ଧାନ ଜମି ନିକଟରେ ଗୋଡାଇଥିବାବେଳେ ଚାଷୀମାନେ ଜୀବନରକ୍ଷା ବିକଳରେ ନିଜ ଘର ଆଡକୁ ଦୌଡିଥିଲେ।୭ତାରିଖ ବଡିଭୋରୁ କାଳଚୁଆପାଟଣା ଗ୍ରାମର କାଳୁ ନାୟକ(୨୬)ଓ ରଘୁ ନାୟକ(୨୫)ନାମକ ଦୁଇଜଣ ଯୁବକ ଝାଡା ଫେରିବା ପାଇଁ ଗାଁ ନିକଟରେ ଥିବା ଏକ ନଦୀବନ୍ଧ ନିକଟକୁ ଯାଇଥିବାବେଳେ ଏକ ଦନ୍ତାହାତୀ ଜଂଗଲ ଭିତରୁ ବାହାରି ସେମାନଙ୍କୁ ଆକ୍ରମଣ କରିଥିଲା।ଏଥିରେ କାଳୁ ସାମାନ୍ୟ ଆହତ ହୋଇଥିବାବେଳେ ରଘୁ ଗୁରୁତର ଆହତ ହୋଇଥିଲେ।ତାଙ୍କର ବାମପଟ ଗୋଡ ଓ ହାତ ରେ ଗୁରୁତର ଆଘାତ ଲାଗିଥିଲା।ତାଙ୍କୁ ଚିକିସା ନିମନ୍ତେ ଗ୍ରାମବାସୀଙ୍କ ସହଯୋଗରେ ପରିବାରଲୋକେ ଖୋର୍ଦ୍ଧା ଚିକିସାଳୟକୁ ନେଇଥିଲେ।

Leave a Reply

Your email address will not be published.