Sunday , May 28 2023
Breaking News
Home / ବିଶେଷ /  ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

 ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

କଟକ,୦୭/୧୦/୨୦୨୨(ଓଡ଼ିଶା ସମାଚାର) – କଟକ ସଦର ୪୨ ମୌଜାରେ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଏକ ପରିବେଶ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି। ୪୨ ମୌଜାର ଝିଙ୍କିରିଆଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ରାସ୍ତାକୁ ମାଡି ଆସିଥିବା ଅନାବନା ବୃକ୍ଷଗୁଡ଼ିକ କଟାଯିବା ସହିତ ରାସ୍ତା ପାଶ୍ୱର୍ରେ ପଡ଼ି ରହିଥିବା ପଲିଥିନ,ପ୍ଲାଷ୍ଟିକ ଇତ୍ୟାଦି ବର୍ଜ୍ୟବସ୍ତୁ ସଫେଇ କରା ଯାଇଥିଲା। ପ୍ରକୃତି ବନ୍ଧୁ ନବକିଶୋର ପଣ୍ଡାଙ୍କ ଉଦ୍ୟମରେ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ରବି ନାରାୟଣ ପ୍ରଧାନ,ସାମାଜିକ ନ୍ୟାୟ କର୍ମୀ ବସନ୍ତ କୁମାର ପଣ୍ଡା,ନିଲୁ ମଲ୍ଲିକ,ଜିତନ ନାୟକ ଓ ନିଲ ଭୋଇ ପ୍ରଭୃତି ଅନେକ ଯୁବକମାନେ ସାମିଲ ହୋଇ ସଫେଇ କରିବା ସହ ପରିବେଶ ସ୍ୱଚ୍ଛତା ବିଷୟରେ ଜନସାଧାରଣଙ୍କୁ ସଚେତନ କରିଥିଲେ।

Leave a Reply

Your email address will not be published.