Saturday , December 3 2022
Breaking News
Home / ବିଶେଷ / ପ୍ରତିମାସ ନିମ୍ନମାନ ଛତୁଆ , ସାଧାରଣରେ ଅସନ୍ତୋଷ

ପ୍ରତିମାସ ନିମ୍ନମାନ ଛତୁଆ , ସାଧାରଣରେ ଅସନ୍ତୋଷ

ଯାଜପୁର , ୦୭/୧୦/୨୦୨୨(ଓଡ଼ିଶା ସମାଚାର /ସୁରେଶ କର)- ନିମ୍ନମାନ ଛତୁଆ ପ୍ରଦାନ କରି କୋମଳମତି ଶିଶୁ ଓ ଗର୍ଭବତୀ ମା ମାନଙ୍କ ଜୀବନ ସାଙ୍ଗରେ ଖେଳ ଖେଳୁଛି ବରୀ ବ୍ଲକ ର ବାଲିଆପାଳ ଛକ ଠାରେ ଥିବା ଚଣାଖାଇ ଛତୁଆ ଉତ୍ପାଦ ପ୍ରସ୍ତୁତିକାରୀ ସଂସ୍ଥା । ପ୍ରତି ମାସ ନିମ୍ନମାନର ଖାଦ୍ୟ (ଛତୁଆ , ଲଡୁ ) ଖାଦ୍ୟ ଉପଯୋଗୀ ନୁହଁ ବରଂ ଶରୀର ପ୍ରତି କ୍ଷତିକାରକ ବୋଲି କିଛି ହିତାଧିକାରୀ ଜଣାଇଛନ୍ତି। ବାରଂବାର ଏ ନେଇ ଅଭିଯୋଗ କରାଗଲେ ସୁଧା ଏଯାବତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇପାରିନାହିଁ ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ସଂସ୍ଥା କୁ ଚଳାଉଥିବା ଜନୈକ ଅସାଧୁ ବ୍ୟବସାୟୀ ନିଜର କାୟା ବିସ୍ତାର କରିଚାଲିଛି , ଏପରିକି ସର୍ବସାଧାରଣ ରେ ପ୍ରଚାର କରୁଛି କି ଶାସକ ଦଳର ନେତା ଓ ପ୍ରଶାସନିକ ଅଧିକାରୀ ଙ୍କୁ ମୋଟା ଅଙ୍କର ପିସି ଦେଇ ପକେଟରେ ରଖିଛି ,ମୋ ବିରୁଦ୍ଧରେ ଗଲେ କିଛି ଲାଭ ହେବନି ।
ନିକଟ ଅତୀତରେ ଏହି ଅନୀତି କାର୍ୟ୍ୟକୁ ବରୀର ଦୁଇ ସାମ୍ବାଦିକ ଲୋକ ଲୋଚନ କୁ ଆଣିଥିଲେ ହେଲେ ତାଙ୍କ କଣ୍ଠ ରୋଧ କରିବାକୁ ଏହି ବ୍ୟକ୍ତି ବିଭିନ ଉପାୟରେ ଲାଗି ଶେଷରେ ହତାସ ହୋଇଥିବା ଜଣାପଡିଛି ।
ତୁରନ୍ତ ଏହି ସଂସ୍ଥା କୁ ଏହି କାର୍ୟ୍ୟରୁ ହଟାଇ ନୂତନ ସଂସ୍ଥାକୁ ଦାଇତ୍ୱ ଦେବା କୁ ବୁଦ୍ଧିଜୀବୀ ମହଲରେ ନିବେଦନ କରାଯାଇଛି ।

Leave a Reply

Your email address will not be published.