Saturday , December 3 2022
Breaking News
Home / ବିଶେଷ / ତୁଳସୀକ୍ଷେତ୍ରରେ କାର୍ତିକ ପଂଚୁକ ବ୍ରତ ପାଳନ ପାଇଁ ପ୍ରସ୍ତୁତି

ତୁଳସୀକ୍ଷେତ୍ରରେ କାର୍ତିକ ପଂଚୁକ ବ୍ରତ ପାଳନ ପାଇଁ ପ୍ରସ୍ତୁତି

କେନ୍ଦ୍ରାପଡ଼ା, ୦୭/୧୦/୨୦୨୨(ଓଡ଼ିଶା ସମାଚାର)- ପୁରାଣ ପ୍ରସିଦ୍ଧ ବ୍ରହ୍ମକ୍ଷେତ୍ର ତୁଳସୀକ୍ଷେତ୍ରରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ବେଢା ଭିତରେ କାର୍ତିକ ପଂଚୁକବ୍ରତ  ଓ ହବିଷ୍ୟାନ୍ନ ସେବା ଅତ୍ୟନ୍ତ ପବିତ୍ର ଓ ଧାର୍ମିକ କାର୍ଯ୍ୟକ୍ରମ । ସଂପୂର୍ଣ୍ଣ ଆଧ୍ୟାତ୍ମିିକ ପରିବେଶ ମଧ୍ୟରେ ଏହି ପବିତ୍ର ପୀଠରେ ଆସନ୍ତା ନଭେମ୍ବରମାସ ୩ତାରିଖ ଠାରୁ ୮ତାରିଖ ପର୍ଯ୍ୟନ୍ତ କାର୍ତିକ ପଂଚୁକବ୍ରତ  ଓ ହବିଷ୍ୟାନ୍ନ ସେବା  ପାଳନ କରାଯିବ । ଧର୍ମପ୍ରାଣା ମହିଳାମାନେ ଏହି ପୂଣ୍ୟକ୍ଷେତ୍ରରେ ପଂଚୁକ ବ୍ରତରେ ବୈଷ୍ଣବ ଲୀଳାମୃତ ଶ୍ରବଣ କରିବା ସହ କାର୍ତିକ ପଂଚୁକ ବ୍ରତ ପାଳନ କରିବାକୁ ଗରାପୁର ଦିବ୍ୟ ଜୀବନ ସଂଘ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା’ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ସମସ୍ତ ଆଧ୍ୟାତ୍ମିିକ ପ୍ରେମୀ ମହିଳାମାନଙ୍କୁ ନିବେଦନ କରିଛନ୍ତି । ତୁଳସୀକ୍ଷେତ୍ରରେ ଏହି ବ୍ରତ ପାଳନ ପାଇଁ ରହଣି ଓ ଭୋଜନର ବ୍ୟବସ୍ଥା କରାଯିବ । ନିଜର ସମସ୍ତ ଆବଶ୍ୟକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷପତ୍ର ସଙ୍ଗରେ ନେଇ ଆସିବାକୁ ନିବେଦନ କରାଯାଇଛି । ଛୋଟ ଶିଶୁମାନଙ୍କୁ ସଙ୍ଗରେ ଆଣିବେ ନାହିଁ । ଏହି କାର୍ତିକମାସ ପଂଚୁକ ବ୍ରତ ମହାପୂଣ୍ୟ କାର୍ଯ୍ୟରେ କେନ୍ଦ୍ରାପଡା ସହର ସନ୍ନିକଟ ଗରାପୁର ଦିବ୍ୟଜୀବନ ସଂଘ,ଶିବାନନ୍ଦ ଆଶ୍ରମକୁ ମୋବାଇଲ ନଂ- ୯୮୫୩୯୨୪୦୨୭/ ୯୯୩୭୧୦୧୧୯୭ରେ ଯୋଗାଯୋଗ କରିବାକୁ ଆଶ୍ରମ ପକ୍ଷରୁ ନିବେଦନ କରାଯାଇଛି ।

Leave a Reply

Your email address will not be published.