ରଘୁନାଥପୁର, ୦୭/୧୦/୨୦୨୨(ଓଡ଼ିଶା ସମାଚାର)- ସମ୍ମାନ ବ୍ୟକ୍ତିକୁ ଆହୁରି ଅଧିକ ଭଲକାର୍ଯ୍ୟ କରିବାପାଇଁ ପ୍ରେରଣା ଯୋଗାଏ ବୋଲି ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କନ୍ଧମାଳ ସାଂସଦ ତଥା କିଟ୍, କିସ୍, ସ୍ମାର୍ଟ ଗ୍ରାମ କଲରାବାଙ୍କର ପ୍ରତିଷ୍ଠାତା ଡ.ଅଚୁ୍ୟତ ସାମନ୍ତଙ୍କୁ ସମ୍ବର୍ଦ୍ଧନା ଉତରରେ ସେ ଏହା କହିଥିଲେ । ସେ ଆହୁରି କହିଲେ ଯେ କିସ୍ ଜନଜାତି ବିଶ୍ୱବିଦ୍ୟାଳୟରେ ୭୦ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦ହଜାର ଉତୀର୍ଣ୍ଣ ହୋଇ ସମାଜର ବଡଦାଣ୍ଡରେ ପ୍ରତିଷ୍ଠିତ ହୋଇଛନ୍ତି । ଅବଶିଷ୍ଟ ୩୦ହଜାର ଜନଜାତି ଛାତ୍ରଛାତ୍ରୀ ବର୍ତମାନ ଶିକ୍ଷାଦାନ କରୁଅଛନ୍ତି । ଏହି ବିଦ୍ୟାଳୟରେ ପିଲାଙ୍କ ମଧ୍ୟରେ ମାତୃଭାଷା ଭିତିକ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମ ପାଇଁ କିସ୍ କୁ ଜାତିସଂଘ ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଛି ବୋଲି ଡ.ସାମନ୍ତ କହିଥିଲେ । ଏହି ଉତ୍ସବରେ ମୋ ସ୍କୁଲ ଅଭିଯାନ ସଭାପତି ବିଜୟ କୁମାର ସ୍ୱାଇଁ ପୌରହିତ୍ୟ କରି କନ୍ଧମାଳ ସାଂସଦ ତଥା କିଟ୍, କିସ୍, ସ୍ମାର୍ଟ ଗ୍ରାମ କଲରାବାଙ୍କର ପ୍ରତିଷ୍ଠାତା ଶିକ୍ଷା କ୍ଷେତ୍ରରେ ସମଗ୍ର ବିଶ୍ୱରେ ତାଙ୍କର ସୁନାମ ରହିଛି । ଶିକ୍ଷା ସହିତ ସ୍ୱାସ୍ଥ୍ୟସେବା ଓ ୭୦ହଜାର ଗରିବ ଜନଜାତି ଆଦିବାସୀ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରି ସେମାନଙ୍କୁ ଦେଶତଥା ବିଶ୍ୱର ବିଭିନ୍ନ ପଦପଦବୀରେ ଅଧିଷ୍ଠିତ କରିପାରିଛନ୍ତି ବୋଲି କହିଥିଲେ । ଏହି ଉତ୍ସବରେ କନ୍ଧମାଳ ସାଂସଦ ଡ.ସାମନ୍ତ୍ ଙ୍କୁ ମୋ ସ୍କୁଲ ସଭାପତି ବିଜୟ କୁମାର ସ୍ୱାଇଁ ଓ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । କିସ୍ ଜନଜାତି ବିଶ୍ୱ ବିଦ୍ୟାଳୟ ସମ୍ପର୍କରେ ଓ ଜନଜାତି ସଂସ୍କୃତି ସମ୍ପର୍କରେ ପ୍ରବନ୍ଧ ପ୍ରତିଯୋଗିତା କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥି ଡ.ସାମନ୍ତ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରି ଶ୍ରୀମତୀ ରୋଜି ରାୟଙ୍କୁ ସାଂସଦ ଡ.ସାମନ୍ତ ପୁଷ୍ପଗୁଚ୍ଛ ଉତରୀୟ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଆଇନଜୀବି ମନୋରଞ୍ଜନ ପ୍ରଧାନ, ତାରପୁର ସରକାରୀ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ଦାଶ, ଶିକ୍ଷକ ଶାରଦା ପ୍ରସନ୍ନ ରାଉତ, ଦିଲ୍ଲିପ କୁମାର ଜେନା, ଅଶୋକ କୁମାର ନାୟକ, ପ୍ରମୋଦ କୁମାର ନାୟକ, ସରିତା ସିହ୍ନା, ଜଗବନ୍ଧୁ ବାରିକ, ବାବୁଲି ବାରିକ, ରାମଚନ୍ଦ୍ର ରାଉତ, ଅଭିନ ଚନ୍ଦ୍ର କେଶ, ମଦନ ମୋହନ ସାହୁ ପ୍ରମୁଖ ଯୋଗଦେଇ କିସ୍ ବିଶ୍ୱବିଦ୍ୟାଳୟ ଓ ଡ.ସାମନ୍ତଙ୍କ ଶିକ୍ଷାସ୍ୱାସ୍ଥ୍ୟ ସେବା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଶେଷରେ ଲକ୍ଷ୍ମଣ ସିଂହ ଧନ୍ୟବାଦ ଦେଇଥିଲେ ।
Home / ବିଶେଷ / ଡ.ଅଚୁ୍ୟତ ସାମନ୍ତଙ୍କୁ ଜନ୍ମମାଟିରେ ବିପୁଳ ସମ୍ବର୍ଦ୍ଧନା: ସମ୍ମାନ ବ୍ୟକ୍ତିକୁ ଅଧିକ ଭଲକାର୍ଯ୍ୟ କରିବାପାଇଁ ପ୍ରେରଣା ଯୋଗାଏ – ଡ.ଅଚୁ୍ୟତ ସାମନ୍ତ