ଜୁନାଗଡ଼, ୦୭/୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ଜୁନାଗଡ଼ ଥାନାରେ ବୁଧବାର ପବିତ୍ର ବିଜୟା ଦଶମୀ ଅବସରରେ ମା ଦୁର୍ଗା ବାର୍ଷିକ ଦଶହରା ପର୍ବ ଅନୁଷ୍ଠିତ ହୋଇଥିଲା । ଶାରଦୀୟ ଦୁର୍ଗାପୂଜା ଅବସରରେ ମାଆ ଧରାପୃଷ୍ଠକୁ ଅବତରଣ କରିଥିବା ବେଳେ ବିଜୟା ଦଶମିରେ ମା ବିଦାୟ ନେଇଛନ୍ତି । ଜୁନାଗଡ଼ ପୁଲିସ ଥାନାରେ ମା ଦୁର୍ଗା ଆବାହନ କରିବା ପାଇଁ ପୂଜାର୍ଚ୍ଚନା କରାଯଇ ଥିଲା । ଜୁନାଗଡ଼ ପୋଲିସ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ପୂଜାକର୍ତ୍ତା ଭାବେ ସମସ୍ତ କାର୍ୟ୍ୟ ତୁଲାଇଥିଲେ । ଏହି ଅବସରରେ ମା ଙ୍କ ନିକଟରେ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଓ ସମସ୍ତ ଙ୍କୁ ମା ଙ୍କ କରୁଣା ପ୍ରାପ୍ତି ନିମନ୍ତେ ଦେବୀଙ୍କୁ ପୂଜା କରିଥିଲେ ।
ଏହି କାର୍ୟ୍ୟ ସମ୍ପାଦନରେ ପୁଲିସ କର୍ମଚାରୀ ଥବିର ବରିଆ , ନିତ୍ୟାନନ୍ଦ ଦାସ , ସୋନୁ ଖାଲକୋ, ସୁରେନ୍ଦ୍ର ସିଂ, କାଁହୁ ପଣ୍ଡା, ସୁବୋଧ କୁମାର ଫୁଲୋ, ସୁଶାନ୍ତ ପୂଝରୀ, ସୁରେନ୍ଦ୍ର ବାଗ, ରାମ ମିଶ୍ର ମଦନ ଗହୀର ପୁଳିସ କର୍ମଚାରୀ ଉପସ୍ଥିତ ରହି ପୂଜା କାର୍ୟ୍ୟରେ ସହଯୋଗ କରିଥଲେ । ଚଳିତ ବର୍ଷ ଉତ୍ତମ କୁମାର ସାହୁ ଜୁନାଗଡ଼ ର ପ୍ରତେକ ବର୍ଗର ଜନସାଧାରଣ ଙ୍କୁ ନିମନ୍ତ୍ରଣ କରିଥିଲେ ।