Saturday , June 10 2023
Breaking News
Home / ବିଶେଷ / ଜାତୀୟ ସ୍ତର ରେ ସ୍ୱଚ୍ଛ ଭାରତ ସର୍ବେକ୍ଷଣ ୨୦୨୨ ରେ ପୂର୍ବାଞ୍ଚଳ ଜୋନ ରେ ଜୁନାଗଡ଼ ଏନଏସି ପ୍ରଥମ ସ୍ଥାନ ଅଧିକାର

ଜାତୀୟ ସ୍ତର ରେ ସ୍ୱଚ୍ଛ ଭାରତ ସର୍ବେକ୍ଷଣ ୨୦୨୨ ରେ ପୂର୍ବାଞ୍ଚଳ ଜୋନ ରେ ଜୁନାଗଡ଼ ଏନଏସି ପ୍ରଥମ ସ୍ଥାନ ଅଧିକାର

ଜୁନାଗଡ଼,୦୭/୧୦/୨୦୨୨(ଓଡ଼ିଶା ସମାଚାର /ରାକେଶ ବେମାଲ )- ନୂଆଦିଲ୍ଲୀ ଠାରେ ଆଜି ଅନୁଷ୍ଠିତ ସର୍ବଭାରତୀୟ ସ୍ତର ସ୍ୱଚ୍ଛ ଭାରତ ସର୍ବେକ୍ଷଣ ୨୦୨୨ ରେ ରେ ପୂର୍ବାଞ୍ଚଳ ଜୋନ ରେ କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଏନ.ଏ.ସି ପ୍ରଥମ ସ୍ଥାନ ଅଧିକାର କରିଛି । ସ୍ୱଚ୍ଛତା ରେ ଦ୍ରୁତବେଗ ରେ ଆଗକୁ ବଢୁଥିବା ସହର ଭାବେ ଜୁନାଗଡ଼ ଏନ.ଏ.ସି ଏହି ପୁରସ୍କାର ପାଇଛି । ନୂଆଦିଲ୍ଲୀ ରେ ଭାରତ ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ ଉତ୍ସବ ରେ ଉପସ୍ଥିତ ହୋଇ ସ୍ୱଚ୍ଛ ଭାରତ ରେ ଅଗ୍ରସର ହେଉଥିବା ସହର ଗୁଡିକୁ ପ୍ରଶଂସା କରିବା ଶହ ପୁରସ୍କାର ପ୍ରଦାନ କରିଥିଲେ । ସେହିଭଳି ଜାତୀୟ ସ୍ତରରେ ପୂର୍ବାଞ୍ଚଳ ଜୋନ ରେ ଜୁନାଗଡ଼ ଏନ.ଏ.ସି ପ୍ରଥମ ସ୍ଥାନ ହାସଲ କରିଥିବା ରୁ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଜ୍ୟ ମନ୍ତ୍ରୀ ଶ୍ରୀ କୌଶଳ କିଶୋର ଓ କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ଯୁଗ୍ମ ସଚିବ ରୁପା ମିଶ୍ର ଙ୍କ ଠାରୁ କଳାହାଣ୍ଡି ଜ଼ିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ, ଜୁନାଗଡ଼ ଏନ. ଏ. ସି ନଗରପାଳ ମୁକେଶ ଅଗ୍ରୱାଲ, କାର୍ୟ୍ୟନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର, ସାନିଟାଇଜେସନ ଏକ୍ସପେର୍ଟ ବି. କେ. ବଞ୍ଜରା, ଅରୁଣ ବେହେରା ପ୍ରମୁଖ ପୁରସ୍କାର ଗ୍ରହଣ କରିଥିଲେ । ଜାତୀୟ ସ୍ତର ରେ ଜୁନାଗଡ଼ ଏନ.ଏ.ସି ପ୍ରଥମ ଥର ଏହି ପୁରସ୍କାର ପାଇଥିବା ରୁ ଜୁନାଗଡ଼ ରେ ଉତ୍ସାହ ର ବାତାବରଣ ଦେଖିବାକୁ ମିଳିଛି ।

Leave a Reply

Your email address will not be published.