Wednesday , May 31 2023
Breaking News
Home / ବିଶେଷ / କନ୍ଦରପୁର ଵଜାର କମିଟିର ଭସାଣି ଉତ୍ସଵ ଶାନ୍ତି ଶୃଙ୍ଖଳାରେ ଶେଷ

କନ୍ଦରପୁର ଵଜାର କମିଟିର ଭସାଣି ଉତ୍ସଵ ଶାନ୍ତି ଶୃଙ୍ଖଳାରେ ଶେଷ

କଟକ ସଦର,୦୭/୧୦/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କମିଶନରେଟ୍ କନ୍ଦରପୁର ଥାନା ଅନ୍ତର୍ଗତ କନ୍ଦରପୁର ଵଜାର କମିଟି ବିନାୟକ ସଂଘ ପକ୍ଷରୁ ଶିଵ ପାର୍ବତୀଙ୍କ ଭସାଣି ଉତ୍ସଵ ପ୍ରତିକୂଳ ପାଗ ସତ୍ୱେ ଶୁକ୍ରବାର ରାତିରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମେଢକୁ ଏକ ଆକର୍ଷଣୀୟ ଶୋଭାଯାତ୍ରାରେ ଵଜାର ପରିକ୍ରମା କରାଯାଇ ତାଳଦଣ୍ଡା କେନାଲରେ ବିସର୍ଜନ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ କନ୍ଦରପୁର ପୋଲିସ୍ ଓ ବ୍ୟବସାୟୀ ସଂଘ ଵ୍ୟାପକ ବ୍ୟବସ୍ଥା କରିଥିଲେ। ଉତ୍ସଵ ପରିଚାଳନା ରେ ବଜାର କମିଟି ସଭାପତି ସ୍ମୃତି ରଂଜନ ପ୍ରଧାନ,ଵର୍ଷିୟାନ୍ ଉଦ୍ୟୋକ୍ତା ହୃଦାନନ୍ଦ ପ୍ରଧାନ,ଅଜୟ ପ୍ରଧାନ, କାଳନ୍ଦୀ ସ୍ୱାଇଁ, କାଳନ୍ଦୀ ସାହୁ, ବଦ୍ରିନାଥ ସାହୁ, ସମିତି ସଭ୍ୟ ସାରଦା ପ୍ରଶନ୍ନ ସ୍ୱାଇଁଙ୍କ ସମେତ ଵଜାର କମିଟିର ସମସ୍ତ ସଦସ୍ୟ ସହାୟତା ଯୋଗାଇ ଥିଲେ ।

Leave a Reply

Your email address will not be published.