Saturday , December 3 2022
Breaking News
Home / ବିଶେଷ / ଆଦର୍ଶ ଶିକ୍ଷକ ବୀରକିଶୋର ରାଉତଙ୍କ ବିୟୋଗରେ ସ୍ମୃତିସଭା

ଆଦର୍ଶ ଶିକ୍ଷକ ବୀରକିଶୋର ରାଉତଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୦୭/୧୦/୨୦୨୨(ଓଡ଼ିଶା ସମାଚାର)- ଯାଜପୁର- କେନ୍ଦ୍ରାପଡା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ଗ୍ରାମପଂଚାୟତର ଚରପଡା ଗ୍ରାମରେ ଶିକ୍ଷକ ନେତା ତଥା ଆଦର୍ଶ ଶିକ୍ଷକ ସ୍ୱର୍ଗତ ବୀରକିଶୋର ରାଉତଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ତାଙ୍କ ଚରପଡାସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଡଃ. ପ୍ରଭାତ ରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସ୍ମୃତିସଭାରେ ଶିକ୍ଷାବିତ ଧ୍ରୁବ ଚରଣ ପାତ୍ର, ଇଂ ମୂରଲୀଧର ସେଠୀ, ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ର, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ପ୍ରଫୁଲ୍ଲ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ ପୂର୍ବକ ତାଙ୍କପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିକେତନ ଜେନା, ପରମାନନ୍ଦ ଥାଟୋଇ, ଭ୍ରମରବର ରାଉତ, ମଦନମୋହନ ସ୍ୱାଇଁ, ସଞ୍ଜୟ ସାହୁ, ଅନାଦି ଚରଣ ଦାସ, ଚିରରଞ୍ଜନ ରାଉତ, ପ୍ରଣବ କୁମାର ଜେନା, ଅମର ରାଉତ, ବାସନ୍ତୀ ସାହୁ, ପ୍ରଦୀପ ଦାସ, ବ୍ରଜକିଶୋର ପତି, କେଶବ ବିଶ୍ୱାଳ, ସରୋଜକାନ୍ତ ପଣ୍ଡା, ରଘୁନାଥ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷାବିତ ପ୍ରଣବ କୁମାର ଜେନା ସ୍ମୃତିସଭାକୁ ପରିଚାଳନାରେ କରିଥିବା ବେଳେ ସ୍ୱର୍ଗତ ରାଉତଙ୍କ ଝିଅ ଶୈଳବାଳା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.