Sunday , May 28 2023
Breaking News
Home / ବିଶେଷ / ସାନ୍ତସାହି ଶିରିଡିସାଇ ମନ୍ଦିରରେ ବାବାଙ୍କ ମହାପ୍ରୟାଣ ଦିବସ ପାଳିତ

ସାନ୍ତସାହି ଶିରିଡିସାଇ ମନ୍ଦିରରେ ବାବାଙ୍କ ମହାପ୍ରୟାଣ ଦିବସ ପାଳିତ

କେନ୍ଦ୍ରାପଡ଼ା, ୦୬/୧୦/୨୦୨୨(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପୌରାଂଚଳ ଅନ୍ତର୍ଗତ ସାନ୍ତସାହି ସ୍ଥିତ ବୁଢିବିଳାସୁଣି ମନ୍ଦିର ସନ୍ନିକଟରେ ଥିବା ଶିରିଡି ସାଇ ମନ୍ଦିରରେ ବିଜୟା ଦଶମୀ ଅବସରରେ ସଚ୍ଚିଦାନନ୍ଦ ସଦଗୁରୁ ସାଇନାଥ ମହାରାଜଙ୍କ ମହାପ୍ରୟାଣ ତିରୋଧାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସେହିଦିନ ସକାଳେ କାକଡ ଆରତୀ କରାଯାଇଥିଲା । ପରେ ସୂର୍ଯ୍ୟପୂଜା, କଳସ ପୂଜା ଏବଂ ଷୋଡଶ ଉପଚାରରେ ବାବାଙ୍କୁ ପୂଜା କରାଯିବା ପରେ ହୋମଯଜ୍ଞ, ମଧ୍ୟାହ୍ନ ଆରତୀ କରାଯାଇଥିଲା । ସନ୍ଧ୍ୟାରେ ସନ୍ଧ୍ୟା ଆରତୀ ଓ ରାତିରେ ଧୂପ ଆରତୀ ବାବାକୁ କରାଯାଇଥିଲା । ବାବାଙ୍କ ମନ୍ଦିର ସମ୍ମୁଖରେ ସନ୍ଧ୍ୟାରେ କଟକର ଶ୍ରୀକ୍ଷେତ୍ର ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଏହି କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କର, ଟାଉନ ଥାନା ଇନିସପେକ୍ଟର ତପନ କୁମାର ନାୟକ, କାଉନସିଲର ଅଭୟ କୁମାର ବେହେରା ଓ ସ୍ଥିତିପ୍ରଜ୍ଞା ଶତପଥୀ, ସହର ନିକଟସ୍ଥ ବିଭିନ୍ନ ଥାନାର ପୋଲିସ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବାବାଙ୍କ ଶ୍ରଦ୍ଧାଳୁମାନେ ଯୋଗଦେଇ ସଦଗୁରୁ ସାଇନାଥଙ୍କୁ ଦର୍ଶନ କରିବା ସହିତ ବାବାଙ୍କ ଆଶ୍ରିର୍ବାଦ ଭିକ୍ଷା କରିଥିଲେ । ସାନ୍ତସାହି ଶିରିଡି ସାଇ ସେବାସଂସ୍ଥାର କର୍ମକର୍ତା ଓ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published.