ନିରାକାରପୁର, ୦୬ /୧୦/୨୦୨୨ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ‘ସହଯୋଗ ‘ ପରିବାର ତରଫରୁ ଦଶହରା ଅବସରରେ କିଛି ଅସହାୟଙ୍କ ମୁଁହରେ ଟିକେ ହସ ଫୁଟାଇବା ଲକ୍ଷ୍ୟରେ ସକ୍ରିୟ ସଭ୍ୟ ପ୍ରଣବ ଖାଡଙ୍ଗାଙ୍କ ସହାୟତାରେ ଖୋର୍ଦ୍ଧା ଜିଲ୍ଲା ନରଣଗଡ ପଞ୍ଚାୟତ କୁରୁମପଡା ସ୍ଥିତ ଭୈରବ କ୍ଳବ ର ୩୨ ଜଣ ଭିନ୍ନକ୍ଷମଙ୍କୁ ନୂଆ ପୋଷାକ , ଖାଦ୍ୟ ଓ ଖେଳନା ପ୍ରଦାନ ସହ ୨୦ ଜଣ କୁଷ୍ଠା ଶ୍ରମ ଅନ୍ତେବାସୀ ଙ୍କୁ ଖାଦ୍ୟ ବଣ୍ଟନ କରାଗଲା। ଏହି କାର୍ଯ୍ୟକ୍ରମକୁ ସହଯୋଗ ପରିବାର ଆବାହକ ହିମାଂଶୁ ଭୁଷଣ ଚମ୍ପତିରାୟ ପରିଚାଳନା କରିଥିଲେ।