Saturday , December 3 2022
Breaking News
Home / ରାଜନୀତି / ବିଜେଡି ର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକଙ୍କ ତାଲିକା ପ୍ରକାଶ

ବିଜେଡି ର ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ପର୍ୟ୍ୟବେକ୍ଷକଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର,୦୬/୧୦/୨୦୨୨ (ଓଡ଼ିଶା ସମାଚାର)- ୩୦ଟି ସାଂଗଠନିକ ଜିଲ୍ଲା ପାଇଁ ବିଜେଡି ଜିଲ୍ଲା ପର୍ୟ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ଅରୁଣ ସାହୁଙ୍କୁ ଜଗତସିଂହପୁର, ଟୁକୁନି ସାହୁଙ୍କୁ ନୂଆପଡ଼ା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପର୍ୟ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଛି।ସେହିପରି ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ଼ ପାଇଁ ସୁଧୀର କୁମାର ସାମଲ, ଭଦ୍ରକ ପାଇଁ ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲା ଲାଗି ସୁଶାନ୍ତ ସିଂ, କଟକ ପାଇଁ ଉଷା ଦେବୀ, ଢେଙ୍କାନାଳ ଓ ଖୋର୍ଦ୍ଧା ଲାଗି ପ୍ରମିଳା ମଲ୍ଲିକ, ଗଜପତି ଓ ରାୟଗଡ଼ା ଜିଲ୍ଲା ପଇଁ ଅତନୁ ସବ୍ୟସାଚୀ ନାୟକ, କନ୍ଧମାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡ଼ା ଲାଗି ପ୍ରଫୁଲ୍ଲ କୁମାର ମଲ୍ଲିକ, ନବରଂଗପୁର ପାଇଁ ଈଶ୍ୱର ପାଣିଗ୍ରାହୀ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲା ଲାଗି ପ୍ରଣବ ପ୍ରକାଶ ଦାସ, କୋରାପୁଟ ଓ ମାଲକାନଗିରି ପାଇଁ ଦିବ୍ୟଶଙ୍କର ମିଶ୍ର ଏବଂ ନୟାଗଡ଼ ଜିଲ୍ଲା ଲାଗି ପଦ୍ମନାଭ ବେହେରାଙ୍କୁ ପର୍ୟ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।ଏ ସମ୍ପର୍କରେ ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦିଆଯାଇଛି ।

Leave a Reply

Your email address will not be published.