Sunday , May 28 2023
Breaking News
Home / ବିଶେଷ / ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପଥରରେ ଛେଚି ହତ୍ୟା କରି ନଦୀରେ ଫୋପାଡ଼ି ଦେଲା ସାଙ୍ଗ

ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ପଥରରେ ଛେଚି ହତ୍ୟା କରି ନଦୀରେ ଫୋପାଡ଼ି ଦେଲା ସାଙ୍ଗ

ଆନନ୍ଦପୁର, ୦୬/୧୦/୨୦୨୨(ଓଡ଼ିଶା ସମାଚାର)- ନିଜ ସ୍ତ୍ରୀ ସହିତ ସାଙ୍ଗର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ଅତି ବିଭତ୍ସ ଭାବେ ମାଡ଼ମାରି ଏବଂ ପଥରରେ ଛେଚି ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ନଦୀରେ ଫୋପାଡ଼ି ଦେଲା ସାଙ୍ଗ । ଏଭଳି ଜଘନ୍ୟକାଣ୍ଡ ଶରତ ଥାନା କାଠଚୁଆ ଗ୍ରାମରେ ଘଟିଛି । ମିଳିଥିବା ସୂଚନା ଅନୁସାରେ ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ କୁନ୍ତିଡିହା ଗ୍ରାମର ରତନା ସାମାଡ଼, ସାଙ୍ଗ ଲାଲା ବିରୁଲିକୁ ସାଥିରେ ନେଇ ଶରତ ଥାନା ଅଞ୍ଚଳରେ ଥିବା ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଥିଲା । ପୂର୍ବରୁ ରତନାର ସ୍ତ୍ରୀ ସହିତ ଲାଲାର ଅନୈତିକ ସମ୍ପର୍କ ଥିବା ସେ ସନ୍ଦେହ କରିଥିଲା। ଯାହାକୁ ନେଇ ବୁଲିବାକୁ ଆସିଥିବା ବେଳେ ସାଙ୍ଗ ଲାଲାକୁ ପ୍ରଥମ ଏକ ବାଡ଼ିରେ ବାଡେଇ ଗୁରୁତର କରିଥିଲା ରତନା । ପରେ ତା ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା । ଏହାପରେ ମୃତଦେହକୁ ନିକଟସ୍ଥ ନଦୀରେ ଫୋପାଡ଼ି ଦେଇଥିଲା। ଗତ ମଙ୍ଗଳବାର ମୃତଦେହ ମିଳିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଉକ୍ତ ମୃତଦେହ ଲାଲା ବିରୁଲିର ଏବଂ ତାକୁ ହତ୍ୟା କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ଖୋଳତାଡ଼ ପରେ ଲାଲାକୁ ହତ୍ୟା କରିଥିବା ତା ସାଙ୍ଗ ରତନାକୁ ଗିରଫ କରି ଥିଲା । ପରେ ଅଭିଯୁକ୍ତ ପୋଲିସ ଆଗରେ ହତ୍ୟାକାଣ୍ଡର ପୁରା କାହାଣୀ ବଖାଣିଥିଲା । ଶରତ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବାଡ଼ି ଏବଂ ପଥରକୁ ଜବତ କରିଛି ।

ପୁଲିସ ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡ଼ିହା ପଞ୍ଚାୟତ କୁନ୍ତିଡ଼ିହା ଗ୍ରାମର ରତନା ସାମାଡ଼ ଓ ଲାଲା ବିରୁଲି ଦୁହେଁ ସାଙ୍ଗ ଅଟନ୍ତି। ନିଜ ପତ୍ନୀ ସହ ଲାଲା ବିରୁଲିର ଅନୈତିକ ସଂପର୍କ ଥିବାର ସନ୍ଦେହ କରୁଥିଲା ରତନା। ସାଙ୍ଗକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ରତନା ଗତ ୧ ତାରିଖରେ ଲାଲାକୁ ସାଙ୍ଗରେ ଧରି ନିଜ ଶ୍ବଶୁର ଘର କପ୍ତିପଦା ବ୍ଲକ୍ ଶରତ ଥାନା କାଠଚୁଆ ଗ୍ରାମକୁ ଆସିଥିଲା। ୩ ତାରିଖ ରାତିରେ ଅଭିଯୁକ୍ତ ରତନା ଠେଙ୍ଗାରେ ଲାଲାକୁ ଅତର୍କିତ ଆକ୍ରମଣ କରି ଦରମରା କରିବା ସହ ମୁହଁକୁ ପଥରରେ ଛେଚି ହତ୍ୟା କରିଥିଲା। ପରେ ମୃତଦେହକୁ ଘୋଷାଡ଼ି ନେଇ ନଦୀରେ ଫୋପାଡ଼ି ଦେଇଥିଲା। ମଙ୍ଗଳବାର ଦିନ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ଶରତ ପୁଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲାଲା ବିରୁଲିର ଶବକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ରତନାକୁ ପୁଲିସ ଜେରା କରିବା ପରେ ପୁଲିସ ଆଗରେ ସବୁ କଥା ଓଗାଳିଥିଲା ଅଭିଯୁକ୍ତ। କପ୍ତିପଦା ଉପଖଣ୍ତ ପୁଲିସ ଅଧିକାରୀ ସାର୍ଥକ ରାୟ ଘଟଣାସ୍ଥଳରେ ତଦନ୍ତ କରି ଫେରିଛନ୍ତି। ଏ ସଂପର୍କରେ ଶରତ ଥାନା କେସ୍ ନଂ ୭୬ରେ ମାମଲା ରୁଜୁ ହୋଇଥିବା ବେଳେ ହତ୍ୟାରେ ବ୍ୟବହୃତ ଠେଙ୍ଗା ଓ ପଥରକୁ ପୁଲିସ ଜବତ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି।

Leave a Reply

Your email address will not be published.