Saturday , December 3 2022
Breaking News
Home / କୃଷି / ଚାଷୀ ମୁହଁରେ ହସ ଖେଳାଇପାରିଛି  ମିଠା ମକାଚାଷ

ଚାଷୀ ମୁହଁରେ ହସ ଖେଳାଇପାରିଛି  ମିଠା ମକାଚାଷ

ଢେଙ୍କାନାଳ,୦୬ /୧୦/୨୦୨୨ (ଓଡ଼ିଶା ସମାଚାର)- ଚାଷ ବଦଳାଇ ଦେଇଛି ଜୀବନଚର୍ଯ୍ୟା। ଦିନେ ଚାଷ ଜମିରେ ଧାନଚାଷ କରି ବହୁ କଷ୍ଟେମଷ୍ଟେ ପରିବାର ପ୍ରତିପୋଷଣ କରୁଥିଲେ। ଜଳର ସୁଲଭତା ସେତେ ଅଧିକ ନଥିବା ଯୋଗୁଁ ଚାଷୀ ଚିନ୍ତାରେ ଥିଲା, ହେଲେ ଆଜି ମିଠା ମକାଚାଷ ବଦଳାଇ ଦେଇଛି ସେମାନଙ୍କର ଜୀବନଶୈଳୀ। ରୋଜଗାର ମାଧ୍ୟମ ପାଲଟିଛି ମିଠା ମକାଚାଷ। ବେଶ୍ ହସଖୁସିରେ ପରିବାର ଲୋକଙ୍କ ମୁହଁରେ ହସ ଖେଳାଇପାରିଛନ୍ତି ଚାଷୀ। ସମଗ୍ର ଅଞ୍ଚଳରେ ମକା ଚାଷ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି  କରିପାରିଛନ୍ତି ଗାଁର ଅନେକ ଚାଷୀ। ଢେଙ୍କାନାଳ ଜଲ୍ଲା କାମାକ୍ଷାନଗର ବ୍ଲକର ବିଭିନ୍ନ ଅଞ୍ଚଳରେ ମିଠା ଚାଷ ଦେଖିବାକୁ ମିଳିଛି। ମକା ଚାଷ କରି ସ୍ୱାବଲମ୍ବି ହୋଇପାରିଛନ୍ତି ଅନେକ ଚାଷୀ। ମହୁଲପାଳ, କୁସୁମଯୋଡି ଓ ଅଁଳାବେରେଣୀ ଆଦି ଅଞ୍ଚଳରେ ମିଠ ମକା ଚାଷକରି ବେଶ୍ ଦୁଇପଇସା ରୋଜଗାର କରିପାରୁଛନ୍ତି। ମିଠା ମକା ଚାଷ ପାଇଁ ଉତ୍ତମ ଜଳବାୟୁ ଥିବାରୁ ଚାଷୀମାନଙ୍କ ପାଇଁ ତାହା ବେଶ୍ ଉପଯୋଗୀ ହୋଇପାରିଛି। ଫଳରେ ଚାଷୀମାନେ ରୋଟେସନ୍  ରେ ବର୍ଷର ଦୁଇଥର ମିଠାଚାଷ କରୁଛନ୍ତି। ସୁରୁଖୁରୁରେ ସେମାନେ ନିଜ ପରିବାରର ପ୍ରତିପୋଷଣ କରିପାରୁଛନ୍ତି। ତେବେ ଚାଷୀଙ୍କ ପାଇଁ ମିଠାମକା ବିକ୍ରି ପାଇଁ ଅଞ୍ଚଳର ସେମିତି ଭଲ ବଜାର ନଥିବା ଯୋଗୁଁ ଚାଷୀମାନେ ରାସ୍ତା ପାର୍ଶ୍ବରେ ମିଠା ମକାର ଆସର ପକାଉଛନ୍ତି। ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତାର ବିଜାଡିହ, ଆଲୁଅଝରଣ, ମହୁଲି, ଅଁଳାବେରେଣୀ ଆଦି ଅଞ୍ଚଳରେ ରାସ୍ତା ପାର୍ଶ୍ବରେ ଏହି ମକା ବିକ୍ରୟର ସମ୍ଭାର ଦେଖିବାକୁ ମିଳିଥାଏ। ରାସ୍ତାରେ ଢେଙ୍କାନାଳ, କଟକ, ଭୁବନେଶ୍ୱର ଓ କେନ୍ଦୁଝର ଅଞ୍ଚଳକୁ ଯାଉଥିବା ଯାତ୍ରୀମାନେ ମକା କିଣିବାକୁ ଭିଡ ଜମାଇଥାନ୍ତି। ଏଥିସହିତ ବାଟୋଇ ଓ ପଥିକମାନେ ମଧ୍ୟ ମିଠା ମକା କିଣିଥାନ୍ତି। ମକା ଚାଷୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆତ୍ମା ଯୋଜନାରେ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଉଥିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଂଶୁମାନ ପଟ୍ଟନାୟକ ପ୍ରକାଶ କରିଛନ୍ତି। କୃଷି ଓ କୃଷକମାନଙ୍କ ପାଇଁ ରୋଜଗାରର ବାଟ ଦେଖାଇଥିବା ମିଠା ମକା ଚାଷ ଯୋଗୁ ଚାଷୀ ମୁହଁରେ ହସ ଖେଳାଇପାରିଛି। ଯାହା ଆଗାମୀ ଦିନରେ କାମାକ୍ଷାନଗରରେ ଥିବା ଚାଷୀଙ୍କ ପାଇଁ ଏକ ବଡ ଅର୍ଥକାରୀ ଫସଲ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟିଷ୍ଟି କରିପାରିବ।

Leave a Reply

Your email address will not be published.