Wednesday , May 31 2023
Home / ବିଶେଷ / କରଣ ସମାଜର ଲେଖନୀ ପୂଜା

କରଣ ସମାଜର ଲେଖନୀ ପୂଜା

ଢେଙ୍କାନାଳ,୦୬ /୧୦/୨୦୨୨ (ଓଡ଼ିଶା ସମାଚାର)- ସ୍ଥାନୀୟ ସୂର୍ଯ୍ୟମଣ୍ଡପରେ ଢେଙ୍କାନାଳ କରଣ ସମାଜ ପକ୍ଷରୁ ମହାଷ୍ଟମୀ ଅବସରରେ ଲେଖନୀ ପୂଜା ଓ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ କରଣ ସମାଜର ସଭାପତି ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ ସଭାପତିତ୍ୱ କରିଥିଲେ। ରବିନାରାୟଣ ମହାନ୍ତିଙ୍କ ପ୍ରସ୍ତାବ କ୍ରମେ କରଣ ସମାଜର କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ଭାବେ ଦେବେନ୍ଦ୍ର ନାରାୟଣ ପଟ୍ଟନାୟକ, ଉପଦେଷ୍ଟା ଭାବେ ଜାନକୀ ବଲ୍ଲଭ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଭାବେ ସରୋଜ ପଟ୍ଟନାୟକ, ଉପସଭାପତି ଭାବେ ଅଭୟ ଚରଣ ପଟ୍ଟନାୟକ, ଯୋଗିନାଥ ମହାନ୍ତି, ଗିରିଜାକାନ୍ତ ମହାନ୍ତି, ପ୍ରଫୁଲ୍ଲ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ସମ୍ପାଦକ ଭାବେ ରବିନାରାୟଣ ମହାନ୍ତି, ଯୁଗ୍ମ ସମ୍ପାଦକ ଭାବେ ଦୀପକ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ଅଜୟ ଚରଣ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। କାର୍ଯ୍ୟକାରୀ ସଦସ୍ୟ ଭାବେ ରବିନାରାୟଣ ପଟ୍ଟନାୟକ, ରବୀନ୍ଦ୍ର ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ବନବିହାରୀ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ନଳିନୀକାନ୍ତ ପଟ୍ଟନାୟକଙ୍କୁ ଚୟନ କରାଯାଇଛି। ବିଭୁଦେନ୍ଦୁ  ପଟ୍ଟନାୟକ, ରୁଦ୍ରନାରାୟଣ ମହାନ୍ତିଙ୍କୁ ସମାଜର ସ୍ଥାୟୀ ଉପଦେଷ୍ଟା ଭାବେ ରଖାଯିବା ପାଇଁ ନିଷ୍ପତ୍ତି  ଗ୍ରହଣ କରାଯାଇଛି। ଜୟନ୍ତ ମହାନ୍ତି, ବସନ୍ତ ମହାନ୍ତି, ନିର୍ମଳ ପଟ୍ଟନାୟକ, ବିରଜା ପଟ୍ଟନାୟକ, ମନମୋହନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଦିଲ୍ଲୀପ ପଟ୍ଟନାୟକ, ଅନ୍ନଦା ପ୍ରସନ୍ନ ମହାନ୍ତି, ନେହେରୁ ମହାନ୍ତି, ଭବାନୀଶଙ୍କର ପଟ୍ଟନାୟକ, ମହେନ୍ଦ୍ର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published.