Sunday , May 28 2023
Breaking News
Home / ବିଶେଷ / କନ୍ଧମାଳ ଦଙ୍ଗାମାମଲା : ୪ ସପ୍ତାହରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କନ୍ଧମାଳ ଦଙ୍ଗାମାମଲା : ୪ ସପ୍ତାହରେ ପୀଡ଼ିତଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

କଟକ,୦୬ /୧୦/୨୦୨୨ (ଓଡ଼ିଶା ସମାଚାର)- କନ୍ଧମାଳ ଦଙ୍ଗା ପୀଡିତଙ୍କ ପରିବାର କ୍ଷତିପୂରଣରୁ ବଞ୍ଚିତ ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ବିଶେଷକରି ବିଳମ୍ବରେ କ୍ଷତିପୂରଣ ଆବେଦନ କରାଯିବା ଓ ଦଙ୍ଗା ହେବାର ଦୀର୍ଘ ଦିନ ପରେ ସମ୍ପୃକ୍ତ ପୀଡିତଙ୍କ ମୃତ୍ୟୁ ହୋଇଥିବା ଆଧାରରେ କ୍ଷତିପୂରଣ ଆବେଦନକୁ ସରକାର ଖାରଜ କରିବା ନ୍ୟାୟିକ ବିବେକକୁ ଆଘାତ ବୋଲି ବେନାଦିକ୍ତ ଦିଗଲଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା କହିଛନ୍ତି। କେନ୍ଦ୍ରୀୟ ସହାୟତା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଓ ସୁପ୍ରିମ କୋର୍ଟ ଙ୍କ ନିର୍ଦେଶ ଅନୁସାରେ କନ୍ଧମାଳ ଜିଲ୍ଲାପାଳ ଆବେଦନକାରୀ ଙ୍କୁ  ଚାରି ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।

ମାମଲାରୁ ପ୍ରକାଶ ଯେ ୨୦୦୮ ଅଗଷ୍ଟ ୨୩ରେ ସ୍ୱାମୀ ଲକ୍ଷ୍ମାଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ କନ୍ଧମାଳରେ ଦଙ୍ଗା ସୃଷ୍ଟି ହୋଇଥିଲା। ଏହି ଦଙ୍ଗାରେ ଆବେଦନକାରୀଙ୍କ ଭାଇ ଆହତ ହୋଇଥିଲେ। ଅକ୍ଟୋବର ୨୮ରେ ତାଙ୍କ ମୃତ୍ୟୁ ହୋଇଥିଲା। ସରକାରଙ୍କ ନିକଟରେ କ୍ଷତିପୂରଣ ପାଇଁ ଆବେଦନକାରୀ ଆବେଦନ କରିଥିଲେ ମଧ୍ୟ ଏହାକୁ ଖାରଜ କରାଯାଇଥିଲା। ଆବେଦନକାରୀ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲେ।

Leave a Reply

Your email address will not be published.