Friday , December 9 2022
Breaking News
Home / କ୍ରୀଡ଼ା / ୭ରୁ ୩୬ ତମ ଜାତୀୟ କ୍ରୀଡା ପ୍ରତିଯୋଗିତା , ମୁଷ୍ଟିଯୋଦ୍ଧା ପାଇଁ ଗୁଜୁରାଟ ଯାତ୍ରା କଲେ ସ୍ମାରକ

୭ରୁ ୩୬ ତମ ଜାତୀୟ କ୍ରୀଡା ପ୍ରତିଯୋଗିତା , ମୁଷ୍ଟିଯୋଦ୍ଧା ପାଇଁ ଗୁଜୁରାଟ ଯାତ୍ରା କଲେ ସ୍ମାରକ

ପୁରୀ ୦୫/୧୦/୨୦୨୨(ଓଡ଼ିଶା ସମାଚାର)-ଗୁଜୁରାଟର ଗାନ୍ଧୀ ନଗର ଠାରେ ଚଳିତ ମାସ ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୩୬ ତମ ଜାତୀୟ କ୍ରୀଡା ସମାଙ୍ଗମ ଅନୁଷ୍ଠିତ ହେବାକୁ ଯାଉଛି  । ୩୬ ତମ ଜାତୀୟ କ୍ରୀଡା ପ୍ରତିଯୋଗିତାର ମୁଷ୍ଟିଯୋଦ୍ଧା ପ୍ରତିଯୋଗିତା ବିଭାରେ ରାଜ୍ୟର ଏକ ମାତ୍ର ପୁରୁଷ ମୁଷ୍ଟିଯୋଦ୍ଧା ଭାବରେ ସ୍ମାରକ ରଞ୍ଜନ ସାହୁ ମନନ୍ନିତ ହୋଇଛନ୍ତି  । ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ସ୍ମାରକ ସୋମବାର ଅଭୁବନେଶ୍ୱର ବିମାନବନ୍ଦର ଠାରୁ ଗୁଜୁରାଟ ଅଭିମୁଖେ ଯାତ୍ରା କରିଛନ୍ତି । ସ୍ମାରକ ପୁରୀ ବକ୍ସିଂ ଏକାଡେମୀର ଛାତ୍ର ସେ ୬୩.୫ କେଜି ଠାରୁ ୬୭ କେଜି ଓଜନ ବର୍ଗରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ । ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ରବି ଶଙ୍କର ପ୍ରତିହାରୀ , ଯୁବ ସଂଗଠକ ଶୁଭାଶିଷ ଖୁଂଟିଆ , ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ,ପୁରୀ ବକ୍ସିଂ ଏକାଡେମୀ ସଭାପତି ସୁଦର୍ଶନ ସାହୁ , କ୍ରୀଡା ସଂଗଠନ କୃଷ୍ଣଚନ୍ଦ୍ର ପଣ୍ଡା, ହରିହର କର, ବିଶ୍ୱଭୂଷଣ ପଣ୍ଡା, ପ୍ରଦୀପ ଦାସ ପ୍ରମୁଖ ସ୍ମାରକ ଙ୍କ ସଫଳତା କାମନା କରିଛନ୍ତି । ସୂଚନା ଯୋଗ୍ୟ ସ୍ମାରକ ପୂର୍ବରୁ ଜାତୀୟ ଜୁନିଅର ବାଳକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା ଓ ୧ମ ଖେଲୋ ଇଣ୍ଡିଆ ସ୍କୁଲ ଗେମେ ରେ ଅଂଶଗ୍ରହଣ କରି ପଦକ ଜିତି ସାରିଛନ୍ତି ।

Leave a Reply

Your email address will not be published.