Wednesday , May 31 2023
Home / ବିଶେଷ / ୨୦ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

୨୦ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୦୫/୧୦/୨୦୨୨(ଓଡ଼ିଶା ସମାଚାର)- ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ରୟାଲ ପକ୍ଷରୁ ‘ନେସନ ବିଲ୍ଡର ଆୱାର୍ଡ଼’ ଉତ୍ସବ ପାଳିତ ହୋଇଯାଇଛି । ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ୨୦ଜଣ ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ଦାସ କହିଲେ ଯେ, ମୁଖ୍ୟମନ୍ତ୍ରଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଶିକ୍ଷାର ମାନ ଓ ଭିତିଭୂମିର ବିକାଶ ଉପରେ ମାଷ୍ଟର ପ୍ଲାନ ଅନ୍ତର୍ଗତ କାର୍ଯ୍ୟ କରାଯାଉଛି । ଖୁବ୍ ଶୀଘ୍ର ଏହାର ସୁଫଳ ରାଜ୍ୟବାସୀ ଅନୁଭବ କରିପାରିବେ । ବୈଠକରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ମାନବାଧିକାର ଆୟୋଗର ପୂର୍ବତନ ସଦସ୍ୟ ଅସୀମ ଅମିତାଭ ଦାସ ଯୋଗଦେଇ ସମାଜସେବା କ୍ଷେତ୍ରରେ ରୋଟାରୀର ଯୋଗଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ପ୍ରଭୂଦତ ସୁବୁଦ୍ଧି, ରୋଟାରୀ ପକ୍ଷରୁ ଲପଲବ୍ଧ କରାଯାଉଥିବା ଇ-ଲର୍ଣ୍ଣିଂ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଥିଲେ । କ୍ଲବ ସଭାପତି ସଞ୍ଜିତ୍ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରୋଟାରୀୟାନ ଅଚୁ୍ୟତାନନ୍ଦ ରାଉତରାୟ, ଅନିଲ ସାମଲ, ଶିବବ୍ରତ ଦାସ, ସଞ୍ଜୟ ଚୌଧୁରୀ, ଅର୍ଜୁନ ସାହୁ, ଦେବବ୍ରତ ପଟ୍ଟନାୟକ, ତୁଷାର ପଟ୍ଟନାୟକ, ପ୍ରତାପ ଚୌଧୁରୀ, ରୋଟ୍ରାକ୍ଟ ସ୍ମୃତିରଞ୍ଜନ ବିଶ୍ୱାଳ, ସୃଷ୍ଟି ସ୍ୱରୂପା ଦାସ ପ୍ରମୁଖ ଯୋଗ ଦେଇଥିଲେ । କ୍ଲବର ସମ୍ପାଦକ ବିଭୂତି ଭୂଷଣ କର ଅତିଥି ପରିଚୟ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.