ଭୁବନେଶ୍ୱର, ୦୫/୧୦/୨୦୨୨ (ଓଡ଼ିଶା ସମାଚାର)-ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୧୨ ନମ୍ବର ଓାର୍ଡରେ କାର୍ଯ୍ୟରତ ବିଏମସି ସଫେଇ କର୍ମଚାରୀ ମାନଙ୍କୁ ଏକ ନିଆରା ଢଙ୍ଗରେ ପୂଜାଭେଟି ଦେଇଛନ୍ତି କର୍ପୋରେଟର ଜୟନ୍ତୀ ସାହୁ । ସପ୍ତମ ବାଟାଲିୟନ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ୧୫୦ ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ନୂତନ ବସ୍ତ୍ର ଓ ମିଠା ପ୍ୟାକେଟ ବଂଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ କହିଥିଲେ ସ୍ୱଚ୍ଛ ସର୍ବକ୍ଷେଣରେ ଭୁବନେଶ୍ୱର ଆଜି ନମ୍ବର ୧ ହୋଇଛି । ଏଥିରେ ସଫେଇ କର୍ମଚାରୀଙ୍କ ଭୂମିକା ଯଥେଷ୍ଠ ରହିଛି । ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ରଖିବାରେ ବିଏମସି ସଫେଇ କର୍ମଚାରୀଙ୍କ ଭୂମିକା ଅତୁଳନୀୟ । ଖରା, ବର୍ଷା, ଶୀତ, କାକରକୁ ଖାତିରି ନକରି କିମ୍ବା କରୋନା ଭଳି ମୋହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକ ମାନଙ୍କୁ ସେବା ଯୋଗାଇ ଦେଉଥିବା ସଫେଇ କର୍ମଚାରୀ ହେଉଛନ୍ତି ପ୍ରକୃତରେ ମହାନ । ସମ୍ମାନିତ ଅତିଥି ଭାବେ ବିଏମସି ଉତର ଜୋନର ଡେପୁଟି କମିଶନର ପୁରନ୍ଦର ନନ୍ଦ ଯୋଗଦେଇ କର୍ପୋରେଟରଙ୍କର ଏଭଳି ନିଆରା ପଦକ୍ଷେପକୁ ପ୍ରଶଂସା କରିବା ସହିତ କହିଥିଲେ ଆଗାମୀ ଦିନରେ ଏହି ସମ୍ବର୍ଦ୍ଧନା ଆମ କର୍ମଚାରୀ ମାନଙ୍କୁ ଅଧିକ କାମ କରିବା ପାଇଁ ପ୍ରେରଣା ଯୋଗାଇବ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଠ ମୁରବୀ ଜନକର ସାହୁ, ଆୟକର ଅଧିକାରୀ ଅଭୟ ଚରଣ ରାଉତ, କର୍ପୋରେଟର ଜୟନ୍ତୀ ସାହୁ,ଓାର୍ଡ ଅଧିକାରୀ ରବିନାରାୟଣ ମିଶ୍ର, ବିଜଡେି ଜିଲ୍ଲା ସମ୍ପାଦକ ପ୍ରଶନ୍ନ କୁମାର ସାହୁ, ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ, ସିପାହୀ ଓ ହାବିଲଦାର ସଂଘର ସଭାପତି ବିନୋଦ କୁମାର ବଳ ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଶାଢୀ, ପ୍ୟାନ୍ଟ ସାର୍ଟ କପଡା ଓ ମିଠା ପ୍ୟାକେଟ ବଂଟନ କରିଥିଲେ । ସୁକାନ୍ତ କୁମାର ରାଉତ ସଭାପତିତ୍ୱ କରିଥିବା ବେଳେ ବାବୁ ଭାଇ ଟିମର ସଦସ୍ୟ ଚଗଲା ଜେନା, ମିଟୁ ପରିଡା, ଗଗନ ବିହାରୀ ପଣ୍ଡା, ଭଗବାନ ଦାସ, ବସନ୍ତ ତ୍ରିପାଠୀ, ବିକାଶ ପରିଡା ଓ ତୁଷାର ପ୍ରମୁଖ ସହଯୋଗ କରିଥିଲେ ।