Friday , December 9 2022
Breaking News
Home / ତାଜା ଖବର / Breaking News : ରାସ୍ତାକଡ଼କୁ ଓଲଟିଲା ବସ୍, ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ,୫ ଗୁରୁତର ଆହତ

Breaking News : ରାସ୍ତାକଡ଼କୁ ଓଲଟିଲା ବସ୍, ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ,୫ ଗୁରୁତର ଆହତ

ନୟାଗଡ, ୦୫/୧୦/୨୦୨୨(ଓଡ଼ିଶା ସମାଚାର)- ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାକଡକୁ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର୍ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ କାଲେଶ୍ବର ନାମକ ବସଟି ବ୍ରହ୍ମପୁରରୁ ଦଶପଲ୍ଲା ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଭୟପୁର ଠାରେ ବସ୍ଟି ରାସ୍ତାକଡକୁ ଓଲଟି ପଡିଥିଲା । ମୃତକ ଦଶପଲ୍ଲା ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର କଲ୍ୟାଣୀ ପଣ୍ଡା ବୋଲି ଜଣାପଡ଼ିଛି । ସମସ୍ତ ଗୁରୁତର ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସ୍ ରେ   ୪ ଯାତ୍ରୀଙ୍କ ସହ ୩ ବସ କର୍ମଚାରୀ ରହିଥିଲେ ।

Leave a Reply

Your email address will not be published.