Friday , December 9 2022
Breaking News
Home / ବିଶେଷ / ଭସାଣିରେ ଦୁଲୁକିବ ନାସିକ ଢୋଲ

ଭସାଣିରେ ଦୁଲୁକିବ ନାସିକ ଢୋଲ

ଭୁବନେଶ୍ୱରର ଅନ୍ୟତମ ପ୍ରାଚୀନ ଦୁର୍ଗାପୂଜା ଭାବେ ଖ୍ୟାତି ଅର୍ଜନ କରିଥିବା ହାଟସାହି ପୂଜା ଚଳିତ ବର୍ଷ ୭୨ ବର୍ଷରେ ପଦାର୍ପଣ କରିଛି । ୧୯୫୧ ମସିହାରୁ ହୋଇଆସୁଥିବା ଏହି ପୂଜାରେ ମା ମହିଷାମର୍ଦ୍ଧିନୀଙ୍କ ପୂଜା ହୁଏ । ସବୁବେଳେ ବିଧି ଓ ପରମ୍ପରାକୁ ଗୁରୁତ୍ୱ ଦେଇ ଆସୁଥିବା ଏହି ପୂଜା କମିଟି ଚଳିତ ବର୍ଷ ଭସାଣି ଉତ୍ସବକୁ ଖୁବ ଧୁମ୍ ଧାମରେ ପାଳନ କରୁଛି । ଏଥିରେ ମହାରାଷ୍ଟ୍ର ନାସିକରୁ ଆସୁଛନ୍ତି ପ୍ରସିଦ୍ଧ ଢୋଲ ବାଦ୍ୟ । ଏହି ଟିମ୍ ରେ ଥିବା ପ୍ରାୟ ୩୦୫ ରୁ ଅଧିକ ମହିଳା ସଦସ୍ୟ ଢୋଲ ବଜାଇ ପୁରୁଣା ଭୁବନେଶ୍ୱର ଦାଣ୍ଡ ଦୁଲୁକାଇବେ । ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବାପା ମା’ଙ୍କ ମନ୍ଦିର ନିକଟରେ ଆରମ୍ଭ ହୋଇଥିବା ଏହି ପୂଜାରେ ପ୍ରଥମରୁ ହର ପାର୍ବତୀ ପୂଜା ପାଉଥିଲେ । ଏଠାରେ ମହାଷ୍ଟମୀ ତିଥିରେ ଶଙ୍ଖୁଡି ଭୋଗ ସାଙ୍ଗକୁ ଦେଶୀ ମାଛ ଲାଗି କରିବା ନୀତି ରହିଛି ।

Leave a Reply

Your email address will not be published.