Wednesday , May 31 2023
Home / ବିଶେଷ / ବରୀ ବିଧାୟିକା ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ଅଧିବାସୀଙ୍କ ସୁସ୍ଥତା କାମନା କଲେ

ବରୀ ବିଧାୟିକା ଚଳିତ ବର୍ଷ ଦୁର୍ଗାପୂଜା ପାଇଁ ନିର୍ବାଚନ ମଣ୍ଡଳୀର ସମସ୍ତ ଅଧିବାସୀଙ୍କ ସୁସ୍ଥତା କାମନା କଲେ

ଯାଜପୁର , ୦୫ /୧୦/୨୦୨୨ (ଓଡ଼ିଶା ସମାଚାର /ସୁରେଶ କୁମାର କର) – ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ବରୀ ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ସମଗ୍ର ନିର୍ବାଚନ ମଣ୍ଡଳୀ ର ଅଧିବାସୀ ଙ୍କ ସୁସ୍ଥତା କାମନା କରିବା ସହ ବରୀ ର ଉନ୍ନତି ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ଏଥି ସହ ନିର୍ବାଚନ ମଣ୍ଡଳୀ ର ବିଭିନ ପୂଜା ପେଣ୍ଡାଲ ରେ ବୁଲି ମା ଜଗତଜନନୀ ଙ୍କ ଆଶୀର୍ବାଦ ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ବରୀ ଏକ ସଂଗ୍ରାମୀ ମାଟି , ମୁ ବରୀ ଝିଅ ଓ ବରୀ ର ବୋହୁ ଏଣୁ ବରୀର ସାମୁହିକ ବିକାଶ ହେଲେ ମୁ ବହୁତ ଖୁସି ହେବି ବୋଲି ନିଜ ପ୍ରତିକ୍ରିୟାରେ ଶ୍ରୀମତୀ ଦାସ କହିଛନ୍ତି । ଆଗାମୀ ଦିନରେ ବରୀରେ ଆହୁରି ବିକାଶମୂଳକ କାର୍ଯ୍ୟ ଜାରି ରହିବାର ଆଶା ନେଇ ସେ ଅକ୍ଲାନ୍ତ ପରିଶ୍ରମ କରୁଥିବା ବିଭିନ୍ନ ମହଲରେ ସୂଚନା ମିଳୁଛି ।

Leave a Reply

Your email address will not be published.