Saturday , December 3 2022
Breaking News
Home / ବିଶେଷ / ସୁନ୍ଦରୀ ମହିଳା ଙ୍କୁ ଉପଭୋଗ କରିବା ସହିତ ରୋଜଗାର ର ଥୋପ ଦେଇ ସାଇବର ଠକେଇ , ମାଷ୍ଟର ମାଇଣ୍ଡ ସମେତ ୫ ଗିରଫ

ସୁନ୍ଦରୀ ମହିଳା ଙ୍କୁ ଉପଭୋଗ କରିବା ସହିତ ରୋଜଗାର ର ଥୋପ ଦେଇ ସାଇବର ଠକେଇ , ମାଷ୍ଟର ମାଇଣ୍ଡ ସମେତ ୫ ଗିରଫ

ଭୁବନେଶ୍ୱର,୦୪/୧୦/୨୦୨୨(ଓଡ଼ିଶା ସମାଚାର)- ଫ୍ରେଣ୍ଡସିପ୍ / ଏସ୍କର୍ଟ ସର୍ଭିସ୍ ନାଁରେ ସେକ୍ସ୍ କାରବାର ଓ ସାଇବର ଠକେଇ ଅଭିଯୋଗ । ଏହାକୁ ଅପରେଟ୍ କରୁଛନ୍ତି ଝିଅମାନେ । ପ୍ରଥମେ ପ୍ରି ଆକ୍ଟିଭେଟ ସିମ୍ ଜରିଆରେ ବିଭିନ୍ନ ମୋବାଇଲ କୁ ଝିଅଙ୍କ ନାମରେ ଏସଏମଏସ ଆସେ । ଯଥା : ମୁଁ ସୀମା । ଆପଣଙ୍କ ସହିତ ଫ୍ରେଣ୍ଡସିପ୍ କରିବାକୁ ଚାହୁଁଛି । ମୁଁ ଆପଣଙ୍କ ସହିତ ଭେଟିବାକୁ ଚାହୁଁଛି । ମୋତେ କଲ କରି ମୋ ସହିତ କଥା ହୁଅନ୍ତୁ . . ଆଦି । ଏହିଭଳିି ଏସଏମଏସ ପାଇ କଲ କଲେ ସେ ଫୋନ୍ କଲ ରିସିଭ ନକରି ରେକର୍ଡ଼ କରାଯାଇଥିବା ଭଏସ ମେସେଜ ଓ ଏସଏମଏସ କରନ୍ତି । ମେସେଜ ଓ ରେକର୍ଡ଼ ଭଏସ ମେସେଜ୍ ରେ ଜଣାଇଥାନ୍ତି ଯେ ଏହା ଏକ ଫ୍ରେଣ୍ଡସିପ୍ କ୍ଲବ । ଆମେ ବହୁ ସୁନ୍ଦରୀ ମହିଳା ଙ୍କୁ ଡ଼େଟିଙ୍ଗ, ଶାରିରୀକ ସମ୍ପର୍କ ପାଇଁ ଯୋଗାଇ ଥାଉ । ପ୍ରଥମେ ଏହି ଫ୍ରେଣ୍ଡସିପ୍ କ୍ଲବ୍ ର ସଭ୍ୟ ହେବାକୁ ପଡ଼ିବ । ଆମେ ଦୁଇ ପ୍ରକାର ସେବା ଯୋଗାଇ ଥାଉ । ସୁନ୍ଦରୀ ମହିଳାଙ୍କୁ ଉପଭୋଗ କରିବା ଓ ସୁନ୍ଦରୀ ମହିଳାଙ୍କୁ ସେକ୍ସ ରେ ସନ୍ତୁଷ୍ଟ କରି ରୋଜଗାର କରିବା । ଫ୍ରେଣ୍ଡସିପ୍ କ୍ଲବ ର ସଭ୍ୟ ହେବା ପାଇଁ ୩୫୦୦ ଟଙ୍କା ପେଟିଏମ, ପେ ଫୋନ୍ କିମ୍ବା ଗୁଗୁଲ ପେ ରେ ହେଦବାକୁ ହେବ । ଏହାବାଦ ଯେଉଁଭଳି ସୁନ୍ଦରୀ ମହିସଳାଙ୍କୁ ଉପଭୋଗ କରିବେ, ସେହି ଅନୁସାରେ ଚାର୍ଜ, ହୋଟେଲ ଚାର୍ଜ ଆଦି ଦେବାକୁ ପଡ଼ିବ । ଅନ୍ୟପଟେ ରୋଜଗାର କରିବାକୁ ଚାହିଁଲେ ସୁନ୍ଦରୀ ମହିଳା ମାନଙ୍କୁ ସେକ୍ସ ରେ ସନ୍ତୁଷ୍ଟ କଲେ ସମ୍ପୃକ୍ତ ମହିଳା ଥରକେ ୧୫ ହଜାର ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଦେବେ । ରୋଜଗାର ନକରି କେବଳ ସୁନ୍ଦରୀ ମହିଳାଙ୍କୁ ଉପଭୋଗ କରିବା ବ୍ୟବସ୍ଥା ମଧ୍ୟ ରହିଛି । ଥରେ ସଭ୍ୟ ହେଲେ ତାହା ୬ମାସ ପାଇଁ । ଏଭଳି ଏସଏମଏସ ଓ ରେକର୍ଡ଼ିଂ କରାଯାଇଥିବା ଭଏସ ମେସେଜ ଆସିବ । ଏଥିରେ ଯିଏ ଫସିଲା । ଏଭଳି ଭାବରେ ବହୁ ଯୁବକ ଓ ଧନିକ ଶ୍ରେଣୀର ଲୋକ ମହିଳା ଙ୍କ ଠାରୁ ଏଭଳି ମେସେଜ ପାଇ ସେହି ଫନ୍ଦାରେ ଫସି ଯାଉଛନ୍ତି । ଯିଏ ଫସିଲା, ତାଙ୍କ ଠାରୁ ବହୁ ପରିମାଣର ଟଙ୍କା ଠକିନେଇଥାନ୍ତି । ରୁମ୍ ବୁକ୍ କରିବା ସହିତ ସେମାନଙ୍କ ଠାରୁ ଟଙ୍କା ନିଅନ୍ତି । ହେଲେ ରୁମକୁ ଗଲା ପରେ କୌଣସି ଝିଅ ନଥାନ୍ତି । ଭୁବନେଶ୍ୱରକୁ ଡକାଇ ଯୁବକ ମାନଙ୍କୁ ଭକୁଆ ବାନାନ୍ତି ଏହି ଗ୍ୟାଙ୍ଗ । କମିଶନରେଟ ପୋଲିସ ଏହିଭଳି ଠକେଇର ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର ସମେତ ମୋଟ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ଯୁବତୀ ମଧ୍ୟ ଅଛନ୍ତି। ଗିରଫମାନଙ୍କ ମଧ୍ୟରେ ୩ ଜଣ ଏସକର୍ଟ ସର୍ଭିସର ଲୋକ ଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବିଷୟରେ ଜଣାପଡ଼ି ନାହିଁ। ଅଭିଯୁକ୍ତମାନେ ଫୋନରେ ଯୋଗାଯୋଗ କରି ହୋଟେଲରେ ଝିଅ ଯୋଗାଇ ଦେବାକୁ ଫୋନ କରି କହୁଥିଲେ। ଅଭିଯୁକ୍ତଙ୍କଠାରୁ ୧୦୨ଟି ସିମ, ମୋବାଇଲ, ୨୩ଟି ଏଟିଏମ, ବ୍ୟାଙ୍କ ଆକାଉଣ୍ଟ ଓ ୮୮ ହଜାର ଟଙ୍କା ଜବତ କରାଯାଇଛି । ୧୫ଟି ଆକାଉଣ୍ଟ ଫ୍ରିଜ କରାଯାଇଛି । ଯେଉଁଥିରେ ୨୦ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି ।ଏଭଳି ଠକେଇ ର ଶିବାର ହୋଇ କେହି ପୋଲିସ ରେ ଅଭିଯୋଗ କରିନଥାନ୍ତି । ତେଣୁ ସେମାନଙ୍କୁ ଏଭଳି ଠକିବାକୁ ଅସୁବିଧା ହୁଏ ନାହିଁ । ହେଲେ ଜଣେ ଯୁବକ ଏଭଳି ଠକାମିର ଶିକାର ହୋଇ ପୋଲିସ ରେ ଅଭିଯୋଗ କଲାପରେ କମିଶନରେଟ ପୋଲିସ ଏହାକୁ ଗୁରୁତ୍ୱର ସହିତ ନେଇ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

Leave a Reply

Your email address will not be published.