Saturday , December 3 2022
Breaking News
Home / ବିଶେଷ / ମା ବନଦୁର୍ଗାଙ୍କ ସିଦ୍ଧିଦାତ୍ରୀ ବେଶ

ମା ବନଦୁର୍ଗାଙ୍କ ସିଦ୍ଧିଦାତ୍ରୀ ବେଶ

ଟାଙ୍ଗି (ଖୋର୍ଦ୍ଧା) ୦୪ /୧୦/୨୦୨୨ (ଓଡିଶା ସମାଚାର/ଦୀପକ ପ୍ରଧାନ) : ଶାରଦୀୟ  ନବରାତ୍ରର ନବମ ଦିବସରେ କଲ୍ୟାଣମୟୀ ଜଗଜ୍ଜନନୀ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି ।   ବିଶ୍ବର ମଙ୍ଗଳ କାମନା କରି ବେଦ ଧ୍ବନି ଓ ସ୍ତୁତି ପାଠ ଦ୍ବାରା ସକାଳୁ ମାଙ୍କର ମଙ୍ଗଳ ଆଳତି,କଳଶ ପୂଜା, ସୂର୍ଯ୍ୟ ପୂଜା, ଆବାହିତ ଦେବା ଦେବୀଙ୍କ ପୂଜନ ଓ  ମାଙ୍କୁ ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ଅପାରାଜିତା ସ୍ତୋତ୍ର ପାଠ ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି,  ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜା କରାଯାଇଥିଲା।ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ଆଜି ଦର୍ଶନ ଲାଗି ବହୁ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା। ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଓ  ବିଶିଷ୍ଟ ଶିକ୍ଷାବିତ୍ ତଥା ନିଶ୍ କଲେଜ ପ୍ରତିଷ୍ଠାତା ସୁବାସ ଚନ୍ଦ୍ର ନାୟକ ଓ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୂଜାର୍ଚ୍ଚନା ରେ ଭାଗ ନେଇଥିଲେ।

Leave a Reply

Your email address will not be published.