Saturday , December 3 2022
Breaking News
Home / ବିଶେଷ / ମା ଉଗ୍ରତାରାଙ୍କ ଶାରଦୀୟ ନବରାତ୍ର ପୁଜା

ମା ଉଗ୍ରତାରାଙ୍କ ଶାରଦୀୟ ନବରାତ୍ର ପୁଜା

ଖୋର୍ଦ୍ଧା, ୦୪ /୧୦/୨୦୨୨ (ଓଡିଶା ସମାଚାର /ଦୀପକ ପ୍ରଧାନ) : ଯାଦେବୀ ସର୍ବ ଭୁତୋଷୁ ଶକ୍ତି ରୁପେଣ ସଂସ୍ଥିତା । ଚାଲିଛି ପାର୍ବଣର ଋତୁ । ମା ଉଗ୍ରତାରାଙ୍କ ଶକ୍ତି ପୀଠରେ ଯଥା ବିଦ୍ଧି ଅନୁଯାୟୀ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଯାଇଛି ମା’ଙ୍କର ଷୋଡ଼ଶ ଉପଚାର ପୂଜା । ତେବେ ୧୫ ଦିନ ହେଲାଣି ମା’ଙ୍କର ରୀତିନୀତି ଅନୁଯାୟୀ ପୂଜା ଚାଲିଥିବା ପୂଜକମାନେ କହିଛନ୍ତି।

 ମା ଉଗ୍ରତାରାଙ୍କ ପୀଠରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ଶୋଡ଼ଷ ଉପଚାର ପୂଜା । ଉଗ୍ରତାରାଙ୍କ ପୀଠ ସାରା ଭାରତବର୍ଷ କାହିଁକି ସାରା ପୃଥିବୀରେ କୌଣସି ସ୍ଥାନରେ ନାହିଁ । ବିଭିନ୍ନ ସ୍ଥାନରେ ତାରା ପୀଠ ଅଛି, ହେଲେ ଖୋର୍ଦ୍ଧା ଜିଳ୍ଲା ଭୁଷଣ୍ଡପୁର ଠାରେ ମା ଉଗ୍ରତାରାଙ୍କ ପୀଠ ରହିଛି । କାହିଁ କେଉଁ କାଳରୁ ଏଠାରେ ମୂନୀଋଷିମାନେ ତନ୍ତ୍ର ସାଧାନ କରୁଥିବା କିମ୍ବନ୍ଦନ୍ତୀ ରହିଛି । ସେଥିପାଇଁ ଏହି ପୀଠକୁ ତନ୍ତ୍ରପୀଠ ବୋଲି କୁହାଯାଇଥାଏ । ତେବେ ଶୋଡ଼ଷ ଉପଚାର ପୂଜା ଆରମ୍ଭ ହେବାମାତ୍ରେ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏହି ପୀଠକୁ । ମା ଉଗ୍ରତାରା ପୀଠରେ କେବଳ ରୀତିନୀତି ଅନୁଯାୟୀ ବିଦ୍ଧି ମୁତାବକ ମା’ଙ୍କର ପୂଜା ଓ ଶ୍ରଦ୍ଧାଳୁଙ୍କ ମାନସିକ ପୂଜା କରାଯାଏ ବୋଲି ମନ୍ଦିର ପୂଜକ ସୂଚନା ଦେଇଛନ୍ତି।

ମା ଉଗ୍ରତାରାଙ୍କ ପୀଠରେ ଦଶମହାବିଦ୍ୟାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏମାନେ ହେଲେ କାଳୀ, ତାରା, ଷୋଡ଼ଶୀ, ଭୂବନେଶ୍ୱରୀ, ଭୈରବୀ, ଚିନ୍ନାବସ୍ଥା, ଧୂମାବତୀ, ବଗଲାମୁଖୀ, ମାତଙ୍ଗୀ, କମାଳା । ଏମାନଙ୍କ ମଧ୍ୟରୁ ୨ୟ ଅବତାର ହେଉଛନ୍ତି ତାରା । ଏ ହେଉଛନ୍ତି ବୃହସ୍ପତିଙ୍କ ରିଷ୍ଟ । ଏଠାରେ ଦୁଇ ପ୍ରକାର ଦଶହରା ପାଳନ କରାଯାଇଥାଏ । ଗୋଟିଏ ବାସନ୍ତିକ ଦୁର୍ଗା ପୂଜା ଓ  ଶାରଦୀୟ ଦୁର୍ଗାପୂଜା । ମା’ ଉଗ୍ରତାରାଙ୍କ ଅପାର ମହିମା ଥିବାରୁ ଭକ୍ତଟିଏ ଆପଣା ଛାଏଁ ଶୋଡ଼ଷ ପୂଜା ସମୟରେ ଚାଲିଆସିଥାଏ ଏଠାକୁ । ଆଉ କେହି କେହି ନିଜ ଅନୁଭୁତି ବଖାଣି ଭାବ ବିହୋଳ ହୋଇପଡ଼ନ୍ତି ମଧ୍ୟ । ମୂଳାଷ୍ଟମୀ ଠାରୁ ଶହସ୍ର କୁମ୍ଭ ବରଣ କରାଯାଇ ଆରମ୍ଭ ହୋଇଥିବା ଏହି ପୂଜା ଦଶହରା ପର୍ୟ୍ୟନ୍ତ ଚାଲିଥାଏ।

ପାର୍ବଣ ଆସିଲେ ମା’ ଉଗ୍ରତାରାଙ୍କ ପୀଠ ଉତ୍ସବ ମୂଖର ହେବା ସହ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏଠାକୁ । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ଏହି ଷୋଡ଼ଶ ଉପଚାର ପୂଜା ମଧ୍ୟ ଭାଗରେ ନବରାତ୍ର ପୂଜା  ଆରମ୍ଭ ହେଇ ବିଜୟାଦଶମୀ ରେ ଶେଷ ହୋଇଥାଏ ବୋଲି ମୁଖ୍ୟ ପୂଜକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.