Saturday , December 3 2022
Breaking News
Home / ବିଶେଷ / ବର୍ଷା ଵିଗାଡିଲା ଶାରଦୀୟ ଦୂର୍ଗାପୂଜା,କଟକ ସଦର ଅଞ୍ଚଳରେ ମାହୋଲ ଫିକା

ବର୍ଷା ଵିଗାଡିଲା ଶାରଦୀୟ ଦୂର୍ଗାପୂଜା,କଟକ ସଦର ଅଞ୍ଚଳରେ ମାହୋଲ ଫିକା

କଟକ ସଦର, ୦୪ /୧୦/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ମହାମାରୀ କରୋନା ପାଇଁ ଦୁଇ ଵର୍ଷ ହେଲା ଶାରଦୀୟ ଦୂର୍ଗାପୂଜା ଵନ୍ଦ ରହିଥିଲା ବେଳେ ଚଳିତ ଵର୍ଷ କଟକଣା ଉଠିଯିଵା ଫଳରେ ପୂଜା ଧୁମଧାମରେ ହେଵ ଵୋଲି ଆଶା କରାଯାଇଥିଲା। ସେଥିପାଇଁ ଚାରିଆଡେ ଜଡକୁ ଚେତନାରେ ପରିବର୍ତ୍ତନ କରିଵାର ଆହ୍ଲାଦିନ ଶକ୍ତିର ଅଧିକାରିଣୀ ମାଆ ଦୂର୍ଗାଙ୍କ ପୂଜା ପାଇଁ ଆନନ୍ଦ ଉଲ୍ଲାସ ମଧ୍ୟରେ ମାହୋଲ ପ୍ରସ୍ତୁତ ସରିଥିଲା।ଚକ୍ଷୁ ଦାନ ୬ ଷ୍ଠୀ ରୁ ମହାଷ୍ଟମୀ ପର୍ଯ୍ୟନ୍ତ ସଵୁ ଠିକ୍ ଠାକ୍ ଚାଲିଥିବା ବେଳେ ମହା ନଵମୀ ତଥା ଆଜି (ମଙ୍ଗଳ ଵାର) ସକାଳୁ ଲଘୁଚାପ ଜନିତ ବର୍ଷା ଦାଉ ସାଧିଛି। ବର୍ଷା ପାଇଁ କଟକ ସଦର ଅଞ୍ଚଳ କନ୍ଦରପୁର,ଵୈୟାଳିଶ ମୈ।ଜା,କିଶନନଗର,ନେମାଳ,ଵିଲହାଟ ପ୍ରଭୃତି ସ୍ଥାନରେ ଥିବା ପୂଜା ମଣ୍ଡପ ଗୁଡିକ ଖାଲି ଖାଲି ଲାଗୁଛି। ଚଳିତବର୍ଷ ଆକର୍ଷଣୀୟ ସାଜସଜ୍ଜା, ସୁଦୃଶ୍ୟ ଆଲୋକସଜ୍ଜା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଆଗମନ ନଥିଵାରୁ ମାହୋଲ ପୁରାପୁରି ଫିକା ପଡ଼ିଯାଇଛି।ଗୋଟିଏ ଦିନ ପରେ ଅର୍ଥାତ୍ ରାତି ପାହିଲେ ଦଶହରା ପୂଜା।ହେଲେ ଆସନ୍ତା ଦୁଇ ଦିନ ଆହୁରି ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଉଥିବାରୁ ଲୋକଙ୍କ ମଧ୍ୟରେ ନୈରାଶ୍ୟ ଦେଖିବାକୁ ମିଳିଛି।ହେଲେ ଆଜି ପୀଠରେ ଓ ଘରେ ଘରେ ଦଶହରା ପୂଜା ହୋଇଥିବା ବେଳେ କାଲି ମଣ୍ଡପରେ ଦଶହରା ପୂଜା ଅନୁଷ୍ଠିତ ହେଵ ଵୋଲି ଜଣାପଡିଛି।

Leave a Reply

Your email address will not be published.