Friday , December 9 2022
Breaking News
Home / କ୍ରୀଡ଼ା / ହକି ବିଶ୍ୱକପ୍ ପରିଚାଳନା ଦାୟିତ୍ୱ

ହକି ବିଶ୍ୱକପ୍ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର,୦୪/୧୦/୨୦୨୨(ଓଡ଼ିଶା ସମାଚାର)- ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ହକି ବିଶ୍ୱକପ୍ର ପରିଚାଳନା ଦାୟିତ୍ୱ ଦେଇଛନ୍ତି । ଭୁପେନ୍ଦ୍ର ସିଂହ ପୁନିଆ ଏବଂ ରଘୁ ଜି. ଙ୍କୁ ଓଏସଡି ଭାବେ ରାଜ୍ୟସରକାର ନିଯୁକ୍ତି ଦେଇଛନ୍ତି । ଭୁପେନ୍ଦ୍ର ସିଂ ପୁନିଆଙ୍କୁ ରାଉରକେଲା ଦାୟିତ୍ୱ ଦିଆଯାଇଥିବା ବେଳେ ରଘୁ ଜି.ଙ୍କୁ ଭୁବନେଶ୍ୱର ଦାୟିତ୍ୱ ଦିଆଯାଇଛି ।
ରଘୁ ଜୀ ଏବେ କଟକରେ ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶକ ଅଛନ୍ତି । ଏଥି ସହ ହକି ବିଶ୍ୱକପ୍  ଓଏସଡି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ବଲଓ୍ଵନ୍ତ ସିଂଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ବିଡ଼ିଏ ଭାଇସ୍ ଚେୟାରମ୍ୟାନ ସହ ଭୁବନେଶ୍ୱର ସ୍ମାର୍ଟସିଟି ପରିଚାଳନା ନିର୍ଦ୍ଧେଶକ ଦାୟିତ୍ୱରେ ମଧ୍ୟ ବଲଓ୍ଵନ୍ତ ସିଂ ରହିବେ ।
ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଓ ରାଉରକେଲାରେ ଜୁନିୟର ହକି ବିଶ୍ୱକପ୍ ଖେଳାଯିବାକୁ ଯାଉଛି । ଯେଉଥିଲାଗି ରାଜ୍ୟ ସରକାର ପୁରା ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ଖାସ୍ କରି ରାଉରକେଲା ଓ ଭୁବନେଶ୍ୱର ଥିବା ହକି ଷ୍ଟାଡିୟମ୍କୁ ପୁରା ପ୍ରସ୍ତୁତ କରାଯାଇଛି । ୨୦୨୩ ହକି ବିଶ୍ୱକପ୍ରେ ୪ଟି ପୁଲ୍ ରେ ଖେଳିବେ ୧୬ଟି ଟିମ୍ । ପୁଲ୍ ଏ ରେ- ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍ ବି-ବେଲ୍ଜିୟମ୍, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି । ସେହିପରି ପୁଲ୍ ସି ରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ. ମାଲେସିଆ, ଚିଲି ରହିଥିବା ବେଳେ ପୁଲ୍ ଡିରେ ଭାରତ, ଇଂଲଣ୍ଡ, ସ୍ପେନ୍ ଓ ଓ୍ୱେଲ୍ସ ରହିଛନ୍ତି ।

Leave a Reply

Your email address will not be published.