Saturday , December 3 2022
Breaking News
Home / ବିଶେଷ / ଦାଦାର ବୋମାମାଡ଼ରେ ପୁତୁରାର ମୃତ୍ୟୁ: ଫଲୋଅପ୍

ଦାଦାର ବୋମାମାଡ଼ରେ ପୁତୁରାର ମୃତ୍ୟୁ: ଫଲୋଅପ୍

ଡେଲାଙ୍ଗ, ୦୪/୧୦/୨୦୨୨(ଓଡ଼ିଶା ସମାଚାର)- ଦାଦାର ବୋମାମାଡ଼ରେ ପୁତୁରାର ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ପଂଚାୟତର ନଈ ଭଂସର ଗ୍ରାମରେ ଘଟିଛି । ମୃତ ପୁତୁରାର ନାମ ତପନ କୁମାର ଦାସ (୪୭) । ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।
ମିଳିଥିବା ସୂଚନା ଅନୁସାରେ ତପନଙ୍କ ଉପରକୁ ତାଙ୍କ ଦାଦା ବିଦ୍ୟାଧର ଦାସ ବୋମା ଫିଙ୍ଗିଥିଲେ । ହେଲେ ସେ କେଉଁ କାରଣରୁ ଏପରି ଘଟଣା ଘଟାଇଲେ ତାହା ଅସ୍ପଷ୍ଟ ରହିଛି । ପୂର୍ବ ଶତୃତାରୁ ଏହି ବୋମା ମାଡ଼ ଘଟଣା ଘଟିଥିବା କୁହାଯାଉଛି । ଅଭିଯୁକ୍ତ ଦାଦା ଫେରାର ହୋଇ ଯାଇଛି ।  ଘଟଣା ସ୍ଥଳରେ ଡେଲାଙ୍ଗ ପୋଲିସ ତନାଘନା ଆରମ୍ଭ କରିଛି । ଏହି ଘଟଣାକୁ ନେଇ ନଈ ଭଂସର ଗ୍ରାମରେ ଚାପା ଉତେଜନା ଦେଖା ଦେଇଛି । ଡ଼େଲାଙ୍ଗ ଥାନା ଅଧିକାରୀ ଓ ପିପିଲି ଏସଡ଼ିପିଓ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ପ୍ରତି ନଜର ରଖିଛନ୍ତି ।

Leave a Reply

Your email address will not be published.