Saturday , December 3 2022
Breaking News
Home / ବିଶେଷ / ଚାନ୍ଦୋଳ-କାକତିଆ ଉଜ୍ଜ୍ୱଳ ଆଲୋକୀକରଣ ଉଦଘାଟିତ

ଚାନ୍ଦୋଳ-କାକତିଆ ଉଜ୍ଜ୍ୱଳ ଆଲୋକୀକରଣ ଉଦଘାଟିତ

କେନ୍ଦ୍ରାପଡ଼ା, ୦ ୪  /୧୦/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରମୁଖ ମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳ ଡେରାବିଶ ବ୍ଲକ ଅଧୀନ ଚାନ୍ଦୋଳ ବଜାରର ବହୁ ପ୍ରତୀକ୍ଷିତ ଉଜ୍ଜ୍ୱଳ ଆଲୋକୀକରଣ ସୋମବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପ୍ରଥମେ ଚାନ୍ଦୋଳ ପଞ୍ଚାୟତ ଖରିଦାସାହି ଛକ ନିକଟରୁ ବିଧାୟିକା ଶ୍ରୀମତୀ ଅଗ୍ରୱାଲ୍ ଙ୍କୁ  ଏକ ପଟୁଆରରେ ବାଜାବାଣ ରୋଷଣୀରେ ଚାନ୍ଦୋଳ ଫାଣ୍ଡି ଛକ ନିକଟସ୍ଥ ଉତ୍ସବ ସ୍ଥଳକୁ କର୍ମୀମାନେ ପାଛୋଟି ଆଣିଥିଲେ। ସେଠାରେ ମୁଖ୍ୟଅତିଥି ଶ୍ରୀମତୀ ଅଗ୍ରୱାଲ୍ ଆନୁଷ୍ଠାନିକ ଭାବେ ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥାର ସୁଇଚ୍ ଚିପି ଉଦଘାଟନ କରିଥିଲେ।

ଡେରାବିଶ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦେବାଶିଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଶ୍ରୀମତୀ ଅଗ୍ରୱାଲ ନିଜ ବକ୍ତବ୍ୟରେ କଟକ-ଚାନ୍ଦବାଲି ରାସ୍ତା ପାର୍ଶ୍ବରେ ଥିବା ଚାନ୍ଦୋଳ ବଜାର ଜିଲ୍ଲାର ଏକ ପ୍ରମୁଖ ବଜାର ହୋଇଥିବାରୁ ଜନଗହଳିକୁ ଦୃଷ୍ଟିରେ ରଖି ଉଜ୍ଜ୍ୱଳ ଆଲୋକବ୍ୟବସ୍ଥା ପାଇଁ ସେ ତାଙ୍କ କଲ୍ୟାଣ ପାଣ୍ଠିରୁ ୪୪ ଲକ୍ଷ ଟଙ୍କା ବ୍ୟୟରେ କରିଥିବା କହିଥିଲେ। ସମ୍ମାନିତ ଅତିଥିଭାବେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ୍ , ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ୧୪ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ମଲିକ, ୧୨ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧନେଶ୍ୱର ସେଠୀ, ଚାନ୍ଦୋଳ ପଞ୍ଚାୟତ ସମିତିସଭ୍ୟା୍ ମଞ୍ଜୁଲତା ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ପ୍ରମୋଦ କୁମାର ରଥ, ରାଜ୍ୟ ଯୁବ ବିଜେଡ଼ି ସମ୍ପାଦକ ସୁଦୀପ୍ତ ସାମଲ, ବ୍ଲକ ଆତ୍ମା ଅଧ୍ୟକ୍ଷ ଗଣେଶ୍ୱର ବେହେରା, ମନିନ୍ଦ୍ର ପ୍ରସାଦ ରଥ, ଜୟନ୍ତ ଶତପଥୀ, ଯୋଗାନନ୍ଦ ମହାନ୍ତି, ଖମୋଳ ସରପଞ୍ଚ ତୃପ୍ତିମୟୀ କର ଓ ସମିତିସଭ୍ୟ ଅକ୍ଷୟ କୁମାର ନାୟକ, ପଲେଇ ସରପଞ୍ଚ ଅକ୍ଷୟ ସାହୁ ଓ ସମିତିସଭ୍ୟା ତୃପ୍ତିମୟୀ ଜେନା, ମୁକୁନ୍ଦପୁର ସରପଞ୍ଚ ମିତାରାଣୀ ମଲ୍ଲିକ ଓ ସମିତିସଭ୍ୟ ପ୍ରଶାନ୍ତ ବେହେରା, ଯଅଁରାବାରିମୂଳ ସରପଞ୍ଚ ଶଙ୍କର୍ଷଣ ପରିଡ଼ା, ବ୍ଲକ ଯୁବ ବିଜେଡି ସଭାପତି ଗୋଲଖ ସାହୁ, ଗୁଆଳସିଂହ ସମିତିସଭ୍ୟ ସୁବାସ ସାହୁ, ଦାନପୁର ସମିତି ସଭ୍ୟା  ପ୍ରିୟତମା ଦାସ, ଶ୍ରୀମନ୍ତ ରାଉତରାୟ, ରଜନୀକାନ୍ତ ମହାନ୍ତି, ନିତ୍ୟାନନ୍ଦ ଭଦ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ବିଧାୟିକାଙ୍କ ଉନ୍ନୟନ ପାଣ୍ଠିରୁ ୪୪ ଲକ୍ଷ ଟଙ୍କା ବ୍ୟୟରେ ଲଗାଯାଇଥିବା ଏହି ଉଜ୍ଜ୍ୱଳ ଆଲୋକ ଦ୍ୱାରା ଚାନ୍ଦୋଳ ବଜାରର ଖରିଦାସହି ଛକଠାରୁ କାକତିଆ ବଜାର ପର୍ଯ୍ୟନ୍ତ ଆଲୋକୀକରଣ କରାଯାଇଛି। ଯାହା ପାଇଁ ଏହି ବଜାର ଉପରେ ନିର୍ଭର କରୁଥିବା ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ସେମାନଙ୍କର ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ବିଧାୟକଙ୍କୁ  କୃତଜ୍ଞତା ଜଣାଇଥିଲେ। ଚାନ୍ଦୋଳ ପଞ୍ଚାୟତ ବିଜେଡି ସଭାପତି ଦେବରାଜ ମହାପାତ୍ର ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.